Sunday, March 29, 2026
25.2 C
Odisha

    ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲା: ଡାଟାଏଣ୍ଟ୍ରି ଅପରେଟରଙ୍କୁ ପୁଲିସ୍‌ର ପଚରାଉଚରା

    ଆଗକୁ ପଢନ୍ତୁ

    ଝାରସୁଗୁଡ଼ା: ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାରେ ପୁଲିସ୍‌ର ପୁନଃତଦନ୍ତ ଆରମ୍ଭ ହୋଇଛି। ପୁଲିସ୍‌ ପୁଣିଥରେ ସାକ୍ଷୀଙ୍କୁ ପଚରାଉଚରା କରୁଛି। ଆଜି ଝାରସୁଗୁଡ଼ା ଥାନା ପୁଲିସ୍‌ ତୃତୀୟ ସାକ୍ଷୀ ଭାବେ ନବ ଦାସଙ୍କ ଘରେ ଡାଟାଏଣ୍ଟ୍ରି ଅପରେଟର ତଥା ଫୋନ୍‌ ରିସିଭର ଭାବେ କାର୍ଯ୍ୟରତ ସମ୍ବଲପୁର ଧନୁପାଲି ଅଞ୍ଚଳର ବିକାଶ ମହାବଲଙ୍କୁ ୩ ଘଣ୍ଟା ଧରି ମାରାଥନ୍‌ ଜେରା କରିଛି। ଘଟଣାଦିନର ସ୍ଥିତି କ’ଣ ରହିଥିଲା, କିଭଳି ଲଲିତଙ୍କ ମୃତ୍ୟୁ ଖବର ସେ ପାଇଥିଲେ, ସେହି ସମୟରେ କିଏ କିଏ ଘରେ ଉପସ୍ଥିତ ଥିଲେ ବୋଲି ପୁଲିସ୍‌ ତାଙ୍କୁ ପ୍ରଶ୍ନ କରିଥିଲା। ଅତିରିକ୍ତ ଏସ୍‌ପି ମଧୁସିକ୍ତା ମିଶ୍ର, ଝାରସୁଗୁଡ଼ା ଏସ୍‌ଡିପିଓ ଉମାଶଙ୍କର ସିଂ ଓ ଝାରସୁଗୁଡ଼ା ଥାନାଧିକାରୀ ରଞ୍ଜନ ବରିହା ତଦନ୍ତ କରିବା ସହ ଶ୍ରୀ ମହାବଲଙ୍କ ବୟାନ ରେକର୍ଡ କରିଥିଲେ। ବାହାରକୁ ଆସିବା ପରେ ଶ୍ରୀ ମହାବଲ ଗଣମାଧ୍ୟମକୁ ବିବୃତି ଦେଇ ଘଟଣା ଦିନର କାହାଣୀ ବଖାଣିଥିଲେ। ଘଟଣାଦିନ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସ ଭୁବନେଶ୍ବରରେ ଥିବା ସମୟରେ ସନ୍ଧ୍ୟା ବେଳେ ଝାରସୁଗୁଡ଼ାରେ ପହଞ୍ଚି ଏକ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାପରେ ତାଙ୍କର ସମ୍ବଲପୁର ଯିବାର କାର୍ଯ୍ୟକ୍ରମ ସ୍ଥିର ହେବାରୁ ସେ ଶ୍ରୀ ମହାବଲଙ୍କୁ ଫୋନ୍‌ କରି ରୋ‌ଷେଇ ନ କରିବାକୁ ରୋଷେୟାଙ୍କୁ କହିବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ମହାବଲ ରୋଷେୟା ଲଳିତଙ୍କୁ ଫୋନ୍‌ କରିଥିଲେ ବି ସେ ଫୋନ୍‌ ଗ୍ରହଣ କରିନଥିଲେ। ଏହାପରେ ତାଙ୍କ  ଯାଇ ଦେଖିବା ବେଳକୁ ସେ ତଳେ ନଥିଲେ। ଉପରକୁ ଯାଇ ଦେଖିବା ବେଳକୁ ଯାହା ଦେଖିଲେ ସେନେଇ ସ୍ବର୍ଗତ ଦାସ ଓ ତତ୍କାଳୀନ ଝାରସୁଗୁଡ଼ା ଥାନାଧିକାରୀଙ୍କୁ ଜଣାଇଥିଲେ ବୋଲି ଶ୍ରୀ ମହାବଲ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    30 %
    1kmh
    0 %
    Sun
    39 °
    Mon
    41 °
    Tue
    39 °
    Wed
    39 °
    Thu
    41 °

    ସମ୍ବନ୍ଧିତ