Wednesday, September 30, 2026
22.9 C
Odisha

    ବିଜୁ ଜୟନ୍ତୀ କାର୍ଯ୍ୟକ୍ରମ: ନବୀନଙ୍କୁ ଅତିଥି କଲେ ମୋହନ, ନବୀନ ଯିବେ କି ନାହିଁ, ସମସ୍ତଙ୍କ ନଜର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟ ସରକାର ମାର୍ଚ୍ଚ ୫ରେ ଅର୍ଥାତ୍ ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ କରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୨୪ରେ ଜାତୀୟ ଓ ରାଜ୍ୟସ୍ତରରେ ଏକସଙ୍ଗେ ପଞ୍ଚାୟତିରାଜ ଦିବସ ପାଳନ ହେବ। ହେଲେ ବିଜୁ ବାବୁଙ୍କ ଜୟନ୍ତୀଙ୍କୁ ଅନ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜୟନ୍ତୀ ଭଳି ମହାସମାରୋହରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଜୟଦେବ ଭବନରେ ୫ତାରିଖ ସଂଧ୍ୟା ୭ଟାରେ ଏକ ରାଜ୍ୟସ୍ତରୀୟ ସଭା ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଶିଷ୍ଟ ଅତିଥି ଭାବେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନବୀନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହାସହ ଚିଠିରେ ଲେଖିଛନ୍ତି ଯେ, ଆପଣଙ୍କ ଗରିମାମୟ ଉପସ୍ଥିତି ଏହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିବ। ରାଜ୍ୟ ସରକାର ବିଜୁ ବାବୁଙ୍କ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ କରୁନଥିବାରୁ ବିଜେଡି ପକ୍ଷରୁ କଡ଼ା ବିରୋଧ କରାଯାଉଛି। ରାଜ୍ୟ ସରକାରଙ୍କୁ ବିଜେଡି ନେତାମାନେ କଟୁ ସମାଲୋଚନା କରିବାକୁ ପଛାଉନାହାନ୍ତି। ଠିକ୍ ଏହି ସମୟରେ ମୁଖ୍ୟମନ୍ତ୍ରୀ ନିଜେ ବିଜୁ ବାବୁଙ୍କ ପୁଅ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀରେ ଯୋଗଦେବାକୁ ଚିଠି ଲେଖି ଅନୁରୋଧ କରିବା ବିଜେଡି ନେତାଙ୍କୁ ହରଡ଼ଘଣାରେ ପକାଇଦେଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ବିଜୁ ବାବୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ନବୀନ ଯୋଗ ଦେବେ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଆଜି ରାତି ସୁଦ୍ଧା ବିଜେଡି ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟ କରାଯାଇ ନାହିଁ।

    ତେବେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମ ପାଇଁ ଦିଆଯାଇଥିବା ବିଜ୍ଞାପନରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଶିଷ୍ଟ ଅତିଥି ଭାବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନାମ ରହିଛି। ଅନ୍ୟ ଅତିଥିମାନେ ହେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ବାବୁ ସିଂହ, ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ ଓ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.9 ° C
    22.9 °
    22.9 °
    85 %
    1.1kmh
    82 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ