Saturday, October 17, 2026
30.5 C
Odisha

    ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

    ଆଗକୁ ପଢନ୍ତୁ

    ପୁରୀ: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି। ନଭେମ୍ବର ୧ରୁ କାର୍ଯ୍ୟବନ୍ଦ କରିବାକୁ ମହାସଂଘ ପକ୍ଷରୁ ଗଣମାଧ୍ୟମକୁ ଅବଗତ କରାଯାଇଛି। ଏପରିକି ମହାସଂଘ ପକ୍ଷରୁ ୩୦ ତାରିଖରେ ଜିପିଏସ୍‌ ବନ୍ଦ କରି ଡ୍ୟୁଟି କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ୧ତାରିଖରୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ କରି ବଡ଼ ଧରଣର ଆନ୍ଦୋଳନ କରିବାକୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷେ କମ୍ପାନୀ ମନମାନୀ କାମ କରୁଥିବା ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛି। କର୍ମଚାରୀଙ୍କୁ ୧୨ ଘଣ୍ଟା ଡ୍ୟୁଟି କରାଯାଉଥିବା ବେଳେ ୮ ଘଣ୍ଟାର ଦରମା ଦିଆଯାଉଛି। କର୍ମଚାରୀଙ୍କ ବୀମାରେ ମଧ୍ୟ ଅସ୍ପଷ୍ଟତା ଥିବା ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.5 ° C
    30.5 °
    30.5 °
    57 %
    2.1kmh
    74 %
    Sat
    28 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ