Monday, September 28, 2026
29.4 C
Odisha

    ନରେନ୍ଦ୍ର ମୋଦୀଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱତନ୍ତ୍ର ଉପହାର: ‘ମିଷ୍ଟର୍ ପ୍ରାଇମ୍ ମିନିଷ୍ଟର୍, ଆପଣ ମହାନ

    ଆଗକୁ ପଢନ୍ତୁ

    ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ସ୍ୱତନ୍ତ୍ର ଉପହାର ପ୍ରଦାନ କରିଛନ୍ତି-ଏକ କଫି ଟେବୁଲ ପୁସ୍ତକ ‘ଆୱାର ଜର୍ଣ୍ଣି ଟୁଗେଦର’, ଯେଉଁଥିରେ ଟ୍ରମ୍ପଙ୍କ ସ୍ୱାକ୍ଷରିତ ବାର୍ତ୍ତା ଥିଲା: ‘ମିଷ୍ଟର ପ୍ରାଇମ୍ ମିନିଷ୍ଟର, ୟୁ ଆର୍ ଗ୍ରେଟ୍’। ୩୨୦ ପୃଷ୍ଠାର ଏହି ପୁସ୍ତକରେ ‘ହାଉଡି ମୋଦୀ’ ଏବଂ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମର ସ୍ନାପସଟ୍ ରହିଛି, ଯେଉଁଥିରେ ଦୁଇ ନେତା ଖୋଲାଖୋଲି ଭାବେ ପରସ୍ପରକୁ ସମର୍ଥନ ଜଣାଇଛନ୍ତି।

    ୨୦୧୯ରେ ହ୍ୟୁଷ୍ଟନର ଏକ ଫୁଟବଲ ଷ୍ଟାଡିୟମ୍‌ରେ ‘ହାଉଡି ମୋଦୀ’ ରାଲି ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୫୦,୦୦୦ରୁ ଅଧିକ ଭାରତୀୟ-ଆମେରିକୀୟଙ୍କ ସମାଗମ ହୋଇଥିଲା ଏବଂ ଏଥିରେ ଉଭୟ ମୋଦୀ ଓ ଟ୍ରମ୍ପଙ୍କ ଅଭିଭାଷଣ ଥିଲା। ଏହାର ୫ ମାସ ପରେ ୨୦୨୦ ଫେବ୍ରୁଆରିରେ ଅହମଦାବାଦରେ ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଭାରତ-ଆମେରିକା ସମ୍ପର୍କର ଦୃଢ଼ତା ଉପରେ ଆଲୋକପାତ କରାଯାଇଥିଲା। ଏହି ପୁସ୍ତକ ଆମାଜନ ଓ ଫ୍ଲିପକାର୍ଟ ଇଣ୍ଡିଆର ୱେବ୍‌ସାଇଟରେ ୬,୦୦୦ରୁ ୬,୮୭୩ ଟଙ୍କା ଏବଂ ଟ୍ରମ୍ପ ଷ୍ଟୋରରେ ୧୦୦ ଡଲାରରେ ଉପଲବ୍ଧ। ଏହି ପୁସ୍ତକରେ ତାଙ୍କ ରାଷ୍ଟ୍ରପତିତ୍ୱ କାଳର ଐତିହାସିକ ମୁହୂର୍ତ୍ତକୁ ବର୍ଣ୍ଣନା କରାଯାଇଛି।

    ସୀମା ପାଚେରି ପଦକ୍ଷେପ, ଫେଡେରାଲ ବିଚାରପତିଙ୍କୁ ନିଶ୍ଚିତ କରିବାରେ ତାଙ୍କର ପ୍ରୟାସ, ମହାକାଶ ବାହିନୀ ଗଠନ ଏବଂ କିମ୍ ଜଙ୍ଗ୍ ଉନ୍, ସି ଜିନପିଙ୍ଗ୍ ଓ ଭ୍ଲାଦିମିର ପୁଟିନଙ୍କ ଭଳି ବିଶ୍ୱସ୍ତରୀୟ ନେତାଙ୍କ ସହ ହାଇପ୍ରୋଫାଇଲ୍ ବୈଠକ ଭଳି ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଗୁରୁତ୍ୱାରୋପ କରି ପ୍ରତ୍ୟେକ ଫଟୋ ଓ ଏହା ସହିତ ଲେଖାକୁ ଟ୍ରମ୍ପ୍ ତାଙ୍କ ବ୍ୟକ୍ତିଗତ ଦୃଷ୍ଟିକୋଣରୁ ଚୟନ କରିଥିବା ଜଣାଯାଇଛି। ପୁସ୍ତକରେ ଥିବା ଏକ ସ୍ମରଣୀୟ ଚିତ୍ର ହେଉଛି ୨୦୨୦ରେ ତାଜମହଲ ପରିଦର୍ଶନ ସମୟର।  ଏହି ଅବସରରେ ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଟ୍ରମ୍ପ ବିଶେଷ ଗୁରୁତ୍ବାରୋପ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ