Friday, October 2, 2026
30.6 C
Odisha

    ନାତୁଣୀକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘତରେ ଗଲା ଅଜାଙ୍କ ଜୀବନ

    ଆଗକୁ ପଢନ୍ତୁ

    ଅନୁଗୁଳ  : ନାତୁଣୀକୁ ବଞ୍ଚାଇବାକୁ ଯାଇ ଗଲା ଅଜାଙ୍କ ଜୀବନ। ମୃତକ ହେଲେ ୭୦ ବର୍ଷୀୟ ରତ୍ନାକର ସାହୁ । ଗୁରୁତର ନାତୁଣୀ ତୁଳସୀ ସାହୁଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ତୁଳସୀ ଘର ଛାତ ଉପରେ ଲୁଗା ଶୁଖାଉଥିବା ସମୟରେ ସର୍ଭିସ ତାର ସଂସ୍ପର୍ଶରେ ଆସି କରେଣ୍ଟ ଲାଗିଥିଲା । ନାତୁଣୀଙ୍କୁ ବଞ୍ଚାଇବା ପାଇଁ ଅଜା ରତ୍ନାକର ସାହୁ ଚେଷ୍ଟା କରିଥିବା ବେଳେ ତାଙ୍କୁ ମଧ୍ୟ ବିଦ୍ୟୁତ୍ ଆଘାତ ଲାଗିଥିଲା । ପରିବାର ଲୋକେ ଉଭୟଙ୍କୁ ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଆସିଥିଲେ। ସେଠାରେ ଡାକ୍ତର ରତ୍ନାକର ସାହୁଙ୍କୁ ମୃତ ଘୋଷଣା କରିଥିବା ବେଳେ ତୁଳସୀଙ୍କ ଚିକିତ୍ସା ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ