Sunday, October 4, 2026
28.6 C
Odisha

    ନାଳରେ ବୁଡ଼ି ୨ ବର୍ଷର ଶିଶୁପୁତ୍ର ମୃତ

    ଆଗକୁ ପଢନ୍ତୁ

    ପ୍ରୀତିପୁର: ବିଞ୍ଝାରପୁର ତହସିଲ ତଥା ଅଳକୁଣ୍ଡ ଥାନା ଅଧୀନସ୍ଥ ଅଣ୍ଢାଳୋ ଗ୍ରାମ ନାଳରେ ବୁଡ଼ି ଦୁଇବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି । ସୂଚନା ମୁତାବକ, ଅଣ୍ଢାଳୋ ଗ୍ରାମର ସର୍ବେଶ୍ୱର ନାୟକଙ୍କ ଶିଶୁପୁତ୍ର ସୌରଭ ନାୟକ ନିଜ ଘରଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ଭୋଳାବାଡିସ୍ଥ ନାଳକୁ କୌଣସି ପ୍ରକାରେ ଚାଲିଯାଇଥିଲା । ସେଠାରେ ଅସାବଧାନତା ଯୋଗୁଁ ନାଳରେ ଖସିପଡିଥିଲା । କିଛି ସମୟ ପରେ ପରିବାର ଲୋକେ ଶିଶୁକ ଖୋଜିଥିଲେ । କୌଣସି ସନ୍ଧାନ ପାଇ ନ ଥିଲେ । ପରେ ପରିବାର ଓ ପଡ଼ୋଶୀ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସମୟରେ ଉକ୍ତ ନାଳରେ ଶିଶୁଟି ଭାସୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ