Monday, July 13, 2026
27.3 C
Odisha

    ନିଆଳି ମାଧବଜୀଉ ମନ୍ଦିରରୁ ଶ୍ରୀ କ୍ଷେତ୍ର ଆସିଛି ମହାପ୍ରଭୁଙ୍କ ଲାଗି ଅଣସର ଫଳ ଭାର

    ଆଗକୁ ପଢନ୍ତୁ

    ପୁରୀ : ନିଆଳି ମାଧବଜୀଉ ମନ୍ଦିରରୁ ଶ୍ରୀ କ୍ଷେତ୍ର ଆସିଛି ମହାପ୍ରଭୁଙ୍କ ଲାଗି ଅଣସର ଫଳ ଭାର । ମହାପ୍ରଭୁ ଶ୍ରୀଜଗନ୍ନାଥ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡ଼ିତ ଥିବା ବେଳେ ମହାପ୍ରଭୁଙ୍କ ଲାଗି ବିଭିନ୍ନ ପ୍ରକାରର ଫଳ ଭାର ଆଣିଛନ୍ତି ଭକ୍ତ । ଏହାଛଡା କାକଟପୁର, ଦେଉଳି ମଠରୁ ମଧ୍ୟ ଆସିଛି ଅଣସର ଫଳ ଭାର।

    ବଡ଼ ଦାଣ୍ଡରେ ଏକ ପଟୁଆରରେ ସଂକୀର୍ତନ କରି ମହାପ୍ରଭୁଙ୍କ ଶ୍ରୀ ମନ୍ଦିରକୁ ଯାଇଛି ଅଣସର ଫଳ ଭାର । ଆମ୍ବ, ସପୁରି, ସେଓ, କଦଳୀ, ପଣସ, ଆଦି ଫଳ ମହାପ୍ରଭୁଙ୍କ ନିମନ୍ତେ ନିଆଳି ମାଧବଜୀଉ ମନ୍ଦିର ପକ୍ଷରୁ ଆସିଛି । ମହାପ୍ରଭୁ ଆଜି ଦଶ ମୂଳ ସେବନ କରି ସମ୍ପୂର୍ଣ ଜ୍ୱରରୁ ସୁସ୍ଥ ହୋଇ ଫଳ ଆହାର କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    69 %
    2.4kmh
    90 %
    Sun
    27 °
    Mon
    34 °
    Tue
    27 °
    Wed
    31 °
    Thu
    34 °

    ସମ୍ବନ୍ଧିତ