Sunday, November 15, 2026
27.3 C
Odisha

    ନିଖୋଜ ପୁଅକୁ ୪ଦିନ ହେଲା ଖୋଜୁଥିଲେ ବାପା, ଘର ପଛ କୂଅରୁ ମିଳିଲା ମୃତଦେହ!

    ଆଗକୁ ପଢନ୍ତୁ

    ଚାନ୍ଦବାଲି : ୪ଦିନ ପରେ ମିଳିଲା ନିଖୋଜ ଭିନ୍ନକ୍ଷମ ଛାତ୍ରର ମୃତଦେହ । ପରିତ୍ୟକ୍ତ କୂଅରୁ ମୃତଦେହ ଉଦ୍ଧାର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ନିଶ୍ଚନ୍ତା ଜେନାସାହିର ପବିତ୍ର ସାହୁ । ଗତ ୧୨ ତାରିଖ ଦିନ ପବିତ୍ର ତାଙ୍କ ବାପାଙ୍କ ସହ ଚାନ୍ଦବାଲିରେ କାଳୀପୂଜା ଦେଖିବାକୁ ଯାଇଥିଲେ । ରାତିରେ ଘରକୁ ଫେରିବା ପରେ ରାତିରେ ଖାଇପିଇ ଶୋଇଥିଲେ ।  କିନ୍ତୁ୧୩ ତାରିଖ ସକାଳୁ ପବିତ୍ର ନିଖୋଜ ଥିଲେ ।

    ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ବାପା ସୁବାସ ସାହୁ ଚାନ୍ଦବାଲି ଥାନାରେ ପୁଅ ନିଖୋଜ ନେଇ ଅଭିଯୋଗ କରିଥିଲେ । ଆଜି ସକାଳୁ ସୁବାସଙ୍କ ଘର ପଛପଟ ଏକ ପରିତ୍ୟକ୍ତ କୂଅରୁ ଦୁର୍ଗନ୍ଧ ବାହାରିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । କୂଅ ଭିତରୁ ଚାନ୍ଦବାଲି ଅଗ୍ନିଶମ ବିଭାଗ ପକ୍ଷରୁ ମୃତଦେହ ଉଦ୍ଧାର କରାଯାଇଥିଲା ।

    ତେବେ ପବିତ୍ର କିଭଳି କୂଅ ଭିତରକୁ ଗଲେ, ତାଙ୍କର ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ଖବର ପାଇ ଚାନ୍ଦବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ପୋଲିସ ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.3 ° C
    27.3 °
    27.3 °
    49 %
    2.3kmh
    40 %
    Sun
    27 °
    Mon
    27 °
    Tue
    27 °
    Wed
    26 °
    Thu
    22 °

    ସମ୍ବନ୍ଧିତ