Thursday, March 26, 2026
26.8 C
Odisha

    ନିଖୋଜ ଯୁବତୀ ଜଙ୍ଗଲରୁ ଉଦ୍ଧାର: ତିନି ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ

    ଆଗକୁ ପଢନ୍ତୁ

    ବରଗଡ଼: ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ହୋଇଥିବା ଯୁବତୀ ଜଙ୍ଗଲରୁ ଉଦ୍ଧାର ମାମଲାରେ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଏଯାଏ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଧରିବାରେ ଅସଫଳ ହୋଇଛି। ଗିରଫ ତିନି ଅଭିଯୁକ୍ତ ହେଲେ ବିଜେପୁର ଥାନା ଅଞ୍ଚଳର ସର୍ଜନ ଡନସନା(୩୬), ଜୟକୃଷ୍ଣ ଡନସନା (୪୦) ଓ ଜଗଦଲପୁର ଥାନା ଅଞ୍ଚଳର ପ୍ରହ୍ଲାଦ ଦାଶ(୩୩)। ଆଜି ଗିରଫ ପରେ ପୁଲିସ ସେମାନଙ୍କୁ କୋର୍ଟଚାଲାଣ କରିଛି। ତେବେ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇନଥିବା କହିଛନ୍ତି ଭୀମସାର ଅଧୀକ୍ଷକ।

    ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ଧନୁଯାତ୍ରା ଦେଖିବାକୁ ଯାଇ ବରଗଡ଼ ଟାଉନ ଥାନା ଅଞ୍ଚଳର ଜଣେ ଯୁବତୀ ଆଉ ଘରକୁ ଫେରିନଥିଲେ। ପରିବାରବର୍ଗ ଥାନାରେ ନିଖୋଜ ଏତଲା ଦେଇଥିଲେ ମଧ୍ୟ ପୁଲିସ ଏହାକୁ ଗୁରୁତ୍ବର ସହ ନେଇ ନ ଥିଲା। ଫଳରେ ୩୬ ଘଣ୍ଟା ପରେ ଯୁବତୀଙ୍କୁ ପରିବାରବର୍ଗ ରକ୍ତାକ୍ତ ଅବସ୍ଥାରେ କୁର୍ଲା ଜଙ୍ଗଲରୁ ଉଦ୍ଧାର କରିଥିଲେ। ଏବେ ଯୁବତୀଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଅନ୍ୟପଟେ ପରିବାରବର୍ଗ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ଦେଶ୍ୟ ରଖି ଜଙ୍ଗଲରେ ଫିଙ୍ଗି ଦିଆଯାଇଥିବା ଥାନାରେ ଏତଲା ଦେଇଥିଲେ। ଏସବୁ ଭିତରେ ଭିମ ଆର୍ମିର ସଦସ୍ୟମାନେ ଏସ୍ପିଙ୍କ ଦ୍ବାରସ୍ଥ ହୋଇ ଶୀଘ୍ର ଅପରାଧୀମାନଙ୍କୁ ଗିରଫ କରିବାକୁ ଦାବି ଜଣାଇଥିଲେ।

    ଏହାପରେ ବରଗଡ଼-ଭଟଲି ମୁଖ୍ୟ ରାସ୍ତାର ବରଡ଼ୋଲ ଛକରେ ପୀଡ଼ିତାଙ୍କ ପରିବାରବର୍ଗ ଓ ସ୍ଥାନୀୟ ଲୋକମାନେ ପ୍ରାୟ ୮ ଘଣ୍ଟା କାଳ ରାସ୍ତା ଅବରୋଧ କରିଥିଲେ। ପୀଡ଼ିତାଙ୍କ ଉନ୍ନତ ଚିକିତ୍ସା, ଦୋଷୀଙ୍କୁ ଶୀଘ୍ର ଗିରଫ ଦାବି କରାଯାଇଥିଲା।  ରାସ୍ତା ଅବରୋଧ ଚାଲିଥିବା ସମୟରେ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀ, ଜିଲ୍ଲା ପରିଷଦ ସଭାପତି ମାନିନୀ ଭୋଇ, ଭୀମ ଆର୍ମି, କୋସଲ୍ ସେନା, ଆମ୍ବେଦକର ଯୁବକ ସଂଘ, ସ୍ବାମୀ ବିବେକାନନ୍ଦ ପାଠାଗାର ସମେତ ଅନ୍ୟ କିଛି ସଂଗଠନର ନେତୃବୃନ୍ଦ ଆସି ସାମିଲ ହୋଇଥିଲେ। ଘଟଣାସ୍ଥଳରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ରାସ୍ତାରୋକ ସ୍ଥଳରେ ବରଗଡ଼ ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ, ଅତିରିକ୍ତ ଏସ୍ପି, ଏସ୍ଡିପିଓ ପହଞ୍ଚି ଆନ୍ଦୋଳଳନକାରୀଙ୍କୁ ବୁଝାସୁଝା କରିଥିଲେ। ଉନ୍ନତ ଚିକିତ୍ସାର ଦାୟିତ୍ବ ଉପଜିଲ୍ଲାପାଳ ନିଜେ ନେବା ସହ ପୁଲିସ ପକ୍ଷରୁ ୪୮ ଘଣ୍ଟା ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପ୍ରତିଶ୍ରୁତି ଦିଆଯିବା ପରେ ଲୋକେ ଆନ୍ଦୋଳନରୁ ଓହରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    35 %
    2.2kmh
    0 %
    Thu
    27 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ