Thursday, May 2, 2024
29.4 C
Odisha

    ନିଜର ଦୃଷ୍ଟି ଶକ୍ତି ବୃଦ୍ଧି କରିବାକୁ ଚାହାଁନ୍ତିକି ? ତେବେ ଦୈନନ୍ଦିନ ଖାଦ୍ୟରେ ସାମିଲ କରନ୍ତୁ ଏସବୁ ଫଳ

    ଆଗକୁ ପଢନ୍ତୁ

    ଖରାପ ଜୀବନଶୈଳୀ ଯୋଗୁଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସାମ୍ନାକୁ ଆସୁଛି । ଏବେ ସାଧାରଣତଃ ଖୁବ୍ କମ ବୟସରେ ହିଁ ପିଲାମାନଙ୍କ ଆଖି ଖରାପ ହେଇଯାଉଛି । ତେବେ ଆସନ୍ତୁ ଜାଣିବା ଦୃଷ୍ଟି ଶକ୍ତି ବଢାଇବା ପାଇଁ କଣ ଖାଇବା ଆବଶ୍ୟକ । ଗାଜରରେ ବିଟା କାରୋଟିନ୍‌ ପର୍ଯ୍ୟାପ୍ତ ମାତ୍ରାରେ ରହିଥାଏ । ଯାହା ଶରୀରରେ ଭିଟାମିନ୍‌ – ଏ ର ମାତ୍ରାକୁ ପୂର୍ଣ୍ଣ କରିଥାଏ । ଏହି ପୋଷକ ତ୍ୱତ୍ତ ଆଖି ପାଇଁ ବହୁତ ଲାଭଦାୟକ ହୋଇଥାଏ । ଯାହାଦ୍ୱାରା ଦୃଷ୍ଟି ଶକ୍ତି ଭଲ ହୋଇଥାଏ ଏବଂ ଅନ୍ଧାରକଣା ଜନିତ ରୋଗରୁ ରକ୍ଷା ମିଳିଥାଏ ।

    ପାଳଙ୍ଗରେ ଆଣ୍ଟିଅକ୍ସିଡାଣ୍ଟ ଥାଏ , ଯାହା ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ । କିଓ୍ଵି ରେ ଭିଟାମିନ୍‌ – ସି ଭରପୁର ମାତ୍ରାରେ ରହିଥାଏ । ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

    ଅମୃତଭଣ୍ଡାରେ ବିଟା କାରୋଟିନ୍‌, ଭିଟାମିନ୍‌ – ସି ଏବଂ ଭିଟାମିନ୍‌ – ଇ ଭରପୁର ମାତ୍ରାରେ ରହିଥାଏ । ଯାହା ଆଖି ପାଇଁ ବହୁତ ଲାଭଦାୟକ ହୋଇଥାଏ । ସେହିପରି କମଳାରେ ଭିଟାମିନ୍‌ – ସି ରହିଥାଏ । ଯାହା ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

    ସେହିପରି ଆଖିକୁ ସୁସ୍ଥ ରଖିବା ପାଇଁ ଆପଣ ନିଜ ଡାଏଟରେ ସୁଇଟ୍‌ ପଟାଟୋକୁ ସାମିଲ କରିବା ଉଚିତ୍‌ । ଏଥିରେ ଥିବା ବିଟା କାରୋଟିନ୍‌ ଅନ୍ଧାରକଣା ଜନିତ ରୋଗକୁ ରୋକିବାରେ ସାହାଯ୍ୟ କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    33 %
    2.1kmh
    0 %
    Thu
    43 °
    Fri
    43 °
    Sat
    43 °
    Sun
    45 °
    Mon
    44 °

    ସମ୍ବନ୍ଧିତ