Sunday, October 4, 2026
24.3 C
Odisha

    ନିଜ ଅଂଚଳରୁ କେଜ୍ରିୱାଲ ଦଳକୁ ମିଳିଲା ୫୯୩ ଖଣ୍ଡ ଭୋଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରିଦେଇଛି। କାରଣ ଏଠାରେ କଂଗ୍ରେସ ଜିତିବ ବୋଲି ବୁଥ୍‌ବାହୁଡ଼ା ମତଠାରୁ ଆରମ୍ଭ କରି ସମସ୍ତ ରାଜନୈତିକ ବିଶ୍ଳେଷକ ପୂର୍ବାନୁମାନ କରିଥିବା ବେଳେ କଂଗ୍ରେସଠାରୁ ବିଜୟ ଛଡ଼ାଇ ନେଇଛି ବିଜେପି। ୧୦ ବର୍ଷ ଧରି ଶାସନ କରି ଆସୁଥିବା ବିଜେପି ସରକାର ବିରୋଧୀ ଅସନ୍ତୋଷ ସତ୍ତ୍ୱେ ୯୦ ସଦସ୍ୟ ବିଶିଷ୍ଟ ଗୃହରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରିଛି। ୧୯୬୬ରେ ପଞ୍ଜାବରୁ ଅଲଗା ହୋଇଥିବା ହରିୟାଣାରେ କୌଣସି ଦଳ ହ୍ୟାଟ୍ରିକ୍ କରି ନ ଥିବାରୁ ଏହା ବିଜେପିର ଏକ ଐତିହାସିକ ବିଜୟ ବୋଲି କୁହାଯାଉଛି। ବିଜେପି କେବଳ ନିଜର ଆସନ ସଂଖ୍ୟା ୪୦ରୁ ୪୮କୁ ବୃଦ୍ଧି କରିନାହିଁ ବରଂ ୨୦୧୯ରେ ଏହାର ଭୋଟ ପ୍ରତିଶତ ୩୬%ରୁ ୨୦୨୪ରେ ପ୍ରାୟ ୪୦%କୁ ବୃଦ୍ଧି ପାଇଛି। ଏହି ନିର୍ବାଚନ ଆମ୍ ଆଦମୀ ପାର୍ଟି ପାଇଁ ମଧ୍ୟ ଆଶ୍ଚର୍ଯ୍ୟଜନକ ହୋଇଛି। ଏଠାରେ ଦଳ ଗୋଟିଏ ବି ଖାତା ମଧ୍ୟ ଖୋଲିପାରି ନାହିଁ | ଅରବିନ୍ଦ କେଜ୍ରିୱାଲଙ୍କ ଘର ନିର୍ବାଚନମଣ୍ଡଳୀ ଲୋହାରୁରେ ଥିବାବେଳେ ଏଠାରେ ଆପ ପ୍ରାର୍ଥୀ ମାତ୍ର ୫୯୩ ଖଣ୍ଡ ଭୋଟ୍ ପାଇଛନ୍ତି। ବଡ କଥା ଯେ ହରିୟାଣା ବିଧାନସଭା ନିର୍ବାଚନରେ ଆପର କୌଣସି ପ୍ରାର୍ଥୀ ପ୍ରଥମ କଣ ଦ୍ଵିତୀୟ ସ୍ଥାନରେ ବି ନାହାଁନ୍ତି | ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ଆମ ଆଦମୀ ପାର୍ଟିର ୧୩ଟି ଆସନରେ ତୃତୀୟ ସ୍ଥାନରେ ଥିବାବେଳେ ୨୩ଟି ଆସନରେ ଚତୁର୍ଥ, ୨୫ଟି ଆସନରେ ପଞ୍ଚମ, ୧୭ଟି ସିଟରେ ଷଷ୍ଠ, ଚାରିଟି ଆସନରେ ସପ୍ତମ, ଚାରିଟି ଆସନରେ ଅଷ୍ଟମ, ଗୋଟିଏ ସିଟରେ ନବମ ଏବଂ ଗୋଟିଏ ଆସନରେ ୧୧ତମ ସ୍ଥାନରେ ରହିଛି।

    ସବୁଠାରୁ ଆଶ୍ଚର୍ଯ୍ୟଜନକ ଫଳାଫଳ ଲୋହାରୁରୁ ଆସିଥିଲା, ଏହା ଆପ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଘର ଅଂଚଳ ହୋଇଥିବାବେଳେ ଏତେ କମ ଭୋଟ ପାଇବା ଆପ ନେତାଙ୍କ ଚିନ୍ତାକୁ ବଢ଼ାଇଦେଇଛି | ବଡ କଥା ଯେ ହରିୟାଣା ବିଧାନସଭା ନିର୍ବାଚନରେ ୭ଟି ଆସନରେ ଆପ ପ୍ରାର୍ଥୀ ନୋଟାଠାରୁ ବି କମ ଭୋଟ ପାଇଛନ୍ତି |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ