ରଶ୍ମିକା ମନ୍ଦାନାଙ୍କୁ ଆପଣ ସମସ୍ତେ ଜାଣିଛନ୍ତି । ନିକଟରେ ତାଙ୍କର ପୁଷ୍ପା ୨ ଫିଲ୍ମ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଥିଲା । କୋଟି କୋଟି ଦର୍ଶକଙ୍କ ହୃଦୟରେ ସେ ରାଜ୍ କରୁଛନ୍ତି । ସେ ପ୍ରଥମେ ସାଉଥ୍ ଇଣ୍ଡଷ୍ଟ୍ରିରୁ ସେ ନିଜ ଫିଲ୍ମର ଯାତ୍ରା ଆରମ୍ଭ କରିଥିଲେ । ଆଉ ଏବେ ସେ ସମସ୍ତଙ୍କର ନ୍ୟ।ସନାଲ କ୍ରସ ହୋଇସାରିଛନ୍ତି । କେବଳ ସାଉଥ୍ ନୁହେଁ ବଲିଉଡରେ ମଧ୍ୟ ବେଶ୍ ପରିଚିତ ରଶ୍ମିକା ମନ୍ଦାନା । ଏକ ଇଣ୍ଟରଭିୟୁରେ ରଶ୍ମିକାଙ୍କ ସଫଳତା ପଛର କାରଣ ପଚାରା ଯାଇଥିଲା । ସେ ଏହାର ଉତ୍ତରରେ କହିଥିଲେ ସଫଳତା ପାଇବା ଏତେ ସହଜ ନୁହେଁ ।
ବହୁତ ସୁପରହିଟ ଫିଲ୍ମରେ କାମ କରିସାରିଛନ୍ତି ରଶ୍ମିକା । ଆଜି ପର୍ଯନ୍ତ ତାଙ୍କ ସଂଘର୍ଷ ଜାରି ରହିଥିବା ସେ କହିଥିଲେ । ସଫଳତା ପାଇବାକୁ ହେଲେ ବହୁତ କିଛି ତ୍ୟାଗ କରିବାକୁ ପଡିଥାଏ । ଏହି ଅଭିନୟ ପାଇଁ ସେ ତାଙ୍କ ପରିବାର ଲୋକଙ୍କ ଠାରୁ ବହୁତ ସମୟ ଦୂରରେ ରହିବାକୁ ପଡିଛି । ଯାହା ଫଳରେ ପରିବାର ଲୋକଙ୍କ ପାଖରେ ସମୟ କଟାଇ ପାରିନଥିବା ହେତୁ ସେ ମନଦୁଃଖ କରିଥାନ୍ତି । ଏହା କୌଣସି ତ୍ୟାଗ ଠାରୁ କମ ନୁହେଁ ବୋଲି କହିଛନ୍ତି ।
ପରିବାର ସହ ସମୟ ଦେଇପାରୁନଥିବା ହେତୁ ସେ କଷ୍ଟ ଅନୁଭବ କରିଥାନ୍ତି କିନ୍ତୁ ତାଙ୍କ ସହ ପୁରା ପରିବାର ଅଛି । ପରିବାର ହିଁ ରଶ୍ମିକାଙ୍କ ପାଇଁ ବଳ ଓ ଶକ୍ତି ବୋଲି କହିଛନ୍ତି । ନିଜ ପରିବାର ଲୋକଙ୍କ ପାଖରେ ସେ କୁତଜ୍ଞ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ନିଜ ଭଉଣୀ ଠାରୁ ଦୁରରେ ରହିବା କେତେ କଷ୍ଟ ସେ ପ୍ରକାଶ କରିଥିଲେ । ନିଜ ଭଉଣୀକୁ ସେ ଦେଖି ପାରୁନଥିବାରୁ ସେ ଦୁଃଖିତ ଅଛନ୍ତି । ନିଜ ଭଉଣୀକୁ ମନେ ପକାଇ ସେ କହିଛନ୍ତି ମୁଁ ଆଉ ମୋର ସାନ ଭଉଣୀ ସବୁଦିନ ପରସ୍ପର ସହ ମେସେଜରେ କଥାବାର୍ତ୍ତା କରିଥାଉ ।
ସେ ଜଣେ ସ୍ମାର୍ଟ ଝିଅ । ବଡ ହେଲାପରେ ସେ ଏକ ଭଲ ମହିଳାଟେ ହେବ ବୋଲି କହିଛନ୍ତି ରଶ୍ମିକା । ନିଜ ଭଉଣୀକୁ ନେଇ ସେ ଗର୍ବ ଅନୁଭବ କରନ୍ତି । ପୁଷ୍ପା ୨: ଦା ରୁଲ୍ ଯାହା ଡିସେମ୍ବର ୫, ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏବଂ ଏହି ଚଳଚ୍ଚିତ୍ରଟି ଏକ ବ୍ଲକବଷ୍ଟର ଥିଲା । ଏହି ଚଳଚ୍ଚିତ୍ରରେ ଅଭିନେତା ଅଲୁ ଅର୍ଜୁନ ତାଙ୍କ ସହ ଥିଲେ । ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରରେ ସେ ସଲମାନ ଖାନଙ୍କ ସହ ସିକନ୍ଦରରେ ନଜର ଆସିବେ। ଏହା ବ୍ୟତୀତ ରଶ୍ମିକାଙ୍କୁ ଚାଭାରେ ବିକି କୌଶଲ ଏବଂ ଆୟୁଷ୍ମାନ ଖୁରାନାଙ୍କ ସହ ଥାମା ନଜର ଆସିବେ ।