Saturday, October 17, 2026
28.9 C
Odisha

    ପଞ୍ଜାବୀ ସିଙ୍ଗର ସୁନନ୍ଦା ଶର୍ମାଙ୍କ ଲାଇଭ ଶୋ’ରେ ହଙ୍ଗମା, ଅଧାରେ ଅଟକିଲା ପରଫରମାନ୍ସ

    ଆଗକୁ ପଢନ୍ତୁ

    ପଞ୍ଜାବୀ ସିଙ୍ଗର ଏବଂ ଅଭିନେତ୍ରୀ ସୁନନ୍ଦା ଶର୍ମା “ଜଟ୍ ୟମଲା,” “ଜାନି ତେରା ନା,” “ପାଗଲ ନହି ହୋନା,” ଏବଂ “ଚୋରି ଚୋରି” ହିଟ୍ ଗୀତଗୁଡିକ ପାଇଁ ବେଶ୍ ଚର୍ଚ୍ଚିତ । ଏପ୍ରିଲ୍ ୩ ତାରିଖରେ ଗାଜିଆବାଦର ରାଜ କୁମାର ଗୋଏଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (RKGIT)ରେ କନସର୍ଟ ଶୋ’ ଆୟୋଜିତ ହୋଇଥିଲା । ପରଫରମାନ୍ସ ସମୟରେ ସେ ଖୁବ୍ ଏନଜଏ କରୁଥିବା ନଜର ଆସିଥିଲେ । କିନ୍ତୁ ସେହି ସମୟରେ ଜଣେ ଫ୍ୟାନ୍ସ ହଠାତ୍ ଷ୍ଟେଜ୍ ଉପରେ ଚଢି ଯାଇ ତାଙ୍କ ପାଦ ଛୁଇଁଥିଲେ । ଫଳରେ ସିଙ୍ଗର ସୁନନ୍ଦା ଭୟଭୀତ ହୋଇପଡିଥିଲେ । ଫଳରେ ସେ ଆଉ ପରଫରମାନ୍ସ ଦେଇନଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରଲ ହେବାରେ ଲାଗିଛି ।

    ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ସୁନନ୍ଦା ଶର୍ମା ହ୍ବାଇଟ୍ ଟି-ସାର୍ଟ ସହିତ ବ୍ୟାଗି ଜିନ୍ସ ପିନ୍ଧିଥିବାର ନଜର ଆସିଥିଲେ । ସୁନନ୍ଦା ଗୀତ ଗାଇବାରେ ମଗ୍ନ ଥିବା ବେଳେ ହଠାତ୍ ଜଣେ ପ୍ରଶଂସକ ଷ୍ଟେଜ୍ ଉପରେ ଚଢି ଯାଇଥିଲେ । ଯେତେବେଳେ ପ୍ରଶଂସକ ଜଣକ ସିଙ୍ଗରଙ୍କ ପାଦ ଛୁଇଁବାକୁ ଚେଷ୍ଟା କରିଥିଲେ ସେତେବେଳେ ସେ ହଠାତ୍ ଭୟରେ ଚିତ୍କାର କରିଥିଲେ । ଏହା ପରେ ପୋଲିସ ଅଧିକାରୀ ଏବଂ ବାଉନ୍ସର ଯୁବ ପ୍ରଶଂସକଙ୍କୁ ତୁରନ୍ତ ସେହି ସ୍ଥାନରୁ ବାହାର କରିଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା ସୁନନ୍ଦା ଶର୍ମା ଏହି ଘଟଣା ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି । ତଥାପି ଏହି ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।

    ଏଥିସହ ଗାଜିଆବାଦ ପୋଲିସ ଅଭିଯୁକ୍ତକୁ ହେପାଜତକୁ ନେଇ ପଚରାଉଚରା କରୁଛି । ଏହି ଘଟଣା ପରେ ସୁନନ୍ଦା ଏତେ ଭୟଭୀତ ହୋଇଯାଇଥିଲେ ଯେ ସେ ଆଉ ଷ୍ଟେଜକୁ ଫେରିନଥିଲେ । ଦର୍ଶକଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ତାଙ୍କ ଟିମ୍ ଶୋ’ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ।

    ଯଦି ତାଙ୍କ କ୍ୟାରିଅର କଥା କୁହାଯାଏ ତେବେ ସେ “ବିଲି ଆଖ” ଗୀତରୁ ତାଙ୍କର ମ୍ୟୁଜିକ୍ କ୍ୟାରିଅର ଆରମ୍ଭ କରିଥିଲେ । ୨୦୧୭ରେ ତାଙ୍କର ବ୍ଲକବଷ୍ଟର ହିଟ୍ ଗୀତ “ଜାନି ତେରା ନା” ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ସୁନନ୍ଦା ଦିଲଜିତ ଦୋସାଞ୍ଜଙ୍କ ବିପକ୍ଷରେ “ସଜ୍ଜନ ସିଂହ ରଙ୍ଗରୁଟ୍” ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    64 %
    1.9kmh
    50 %
    Sat
    30 °
    Sun
    31 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ