Monday, March 2, 2026
31.1 C
Odisha

    ନିଟ ମାମଲାର ସୁପ୍ରିମକୋର୍ଟଙ୍କ ଶୁଣାଣି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ନିଟ୍ ପେପର ଲିକ ମାମଲାକୁ ନେଇ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ବଡ଼ଧରଣ ପେପର ଲିକ ହୋଇଥିବା ଜଣାପଡିନି । କେବଳ ପାଟନା ଓ ହଜାରୀବାଗରେ ପେପର ଲିକ ସୀମିତ ରହିଛି । ବ୍ୟବସ୍ଥାଗତ ବଡ଼ ତ୍ରୁଟି ହୋଇନି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏଥିସହ ପୁନଃ ପରୀକ୍ଷା ଆବେଦନ ଦାବିକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।୨୩ ଜୁଲାଇରେ ସୁପ୍ରିମକୋର୍ଟ ନିଟର ପୁନଃ ପରୀକ୍ଷା କରିବାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସକାଳ ସାଢେ ୧୦ଟାରେ ମୁଖ୍ୟ ବିଚାରପତିଙ୍କ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଣି କରିଛନ୍ତି । ନିଟ୍ ପେପର ଲିକ ଉପରେ ଶୁଣାଣି କରି ସିଜେଆଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ପେପର ଲିକ ବ୍ୟାପକ ଭାବେ ହୋଇନାହିଁ । ଆଗକୁ ଏନଟିଏକୁ ଧ୍ୟାନ ରଖିବା ଆବଶ୍ୟକ । ଏହିଭଳି ଅବହେଳା ନ ହେବ କିପରି ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଆମେ ନିଟର ପୁନଃ ପରୀକ୍ଷାର ଦାବିକୁ ଖାରଜ କରୁଛୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.1 ° C
    31.1 °
    31.1 °
    25 %
    2.3kmh
    8 %
    Mon
    35 °
    Tue
    36 °
    Wed
    37 °
    Thu
    38 °
    Fri
    38 °

    ସମ୍ବନ୍ଧିତ