Saturday, October 10, 2026
24.4 C
Odisha

    NCSTକୁ ଚିଠି ଲେଖିଲେ ସସ୍ମିତ ପାତ୍ର, ତଦନ୍ତ ପାଇଁ କଲେ ଅନୁରୋଧ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସିଜିମାଳି ହିଂସାରେ ପୋଲିସ୍ ର ‘କାର୍ଯ୍ୟାନୁଷ୍ଠାନ’ ବିରୋଧରେ ତଦନ୍ତ ଦାବି କଲେ ସାଂସଦ ସସ୍ମିତ ପାତ୍ର । ରାୟଗଡ଼ା ଜିଲ୍ଲାର ସିଜିମାଳି ଅଞ୍ଚଳରେ ହୋଇଥିବା ପୋଲିସ୍-ଜନତା ସଂଘର୍ଷକୁ ନେଇ ବିଜେଡି ସାଂସଦ ସସ୍ମିତ ପାତ୍ର ଗୁରୁତର ଅଭିଯୋଗ ଆଣିଛନ୍ତି। ଏହା ସହ ଜାତୀୟ ଅନୁସୂଚିତ ଜନଜାତି କମିଶନ (NCST)କୁ ଚିଠି ଲେଖି ଏହାର ତୁରନ୍ତ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ସାଂସଦ ଅଭିଯୋଗ କରିଛନ୍ତି, ଗତ ୭ ତାରିଖରେ କାଶୀପୁର ବ୍ଲକର ସାଗବାରୀ ଏବଂ କାନ୍ତମାଳ ଭଳି ଗାଁରେ ପୋଲିସ୍ ଆଦିବାସୀମାନଙ୍କ ଉପରେ ଅତ୍ୟଧିକ ବଳ ପ୍ରୟୋଗ କରିଛି। ଭୋର୍ ସମୟରେ ପୋଲିସ୍ ଅତର୍କିତ ଭାବେ ଲାଠିଚାର୍ଜ ଏବଂ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି।

    ସିଜିମାଳି ପାହାଡ଼ରେ ବକ୍ସାଇଟ୍ ଖଣି ପାଇଁ ରାସ୍ତା ତିଆରିକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଏହି ପ୍ରକଳ୍ପ ଦ୍ୱାରା ସେମାନଙ୍କ ଜଳ, ଜଙ୍ଗଲ ଏବଂ ଜମି ନଷ୍ଟ ହେବ। ସାଂସଦ ଦର୍ଶାଇଛନ୍ତି ଯେ ଏହା ଆଦିବାସୀଙ୍କ ପାଇଁ ଥିବା ‘ପେସା’ (PESA) ଆଇନ ଏବଂ ‘ଜଙ୍ଗଲ ଅଧିକାର’ ଆଇନର ଉଲ୍ଲଙ୍ଘନ କରୁଛି। ସସ୍ମିତ ପାତ୍ର କମିଶନଙ୍କୁ ଅନୁରୋଧ କରିଛନ୍ତି ଯେ ଏକ ଉଚ୍ଚସ୍ତରୀୟ ଟିମ୍ ସେଠାକୁ ଯାଇ ତଦନ୍ତ କରୁ। ଗ୍ରାମସଭାରୁ ନିଆଯାଇଥିବା ସମ୍ମତି ପ୍ରକୃତରେ ସ୍ୱେଚ୍ଛାକୃତ କି ନାହିଁ, ତାହା ଯାଞ୍ଚ କରାଯାଉ ଏବଂ ଆଦିବାସୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉ। ଏହି ଗଣ୍ଡଗୋଳରେ ପ୍ରାୟ ୬୦ରୁ ୧୫୦ ଜଣ ଲୋକ ଆହତ ହୋଇଥିବା କୁହାଯାଉଛି। ଏଥିମଧ୍ୟରେ ପ୍ରାୟ ୪୦ରୁ ଅଧିକ ପୋଲିସ୍ କର୍ମଚାରୀ ମଧ୍ୟ ଅଛନ୍ତି। ପୋଲିସ୍ ଅନୁସାରେ ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲେ।

    ଏହି ବିରୋଧକୁ ୨୦୧୩ର ପ୍ରସିଦ୍ଧ ନିୟମଗିରି ଆନ୍ଦୋଳନ ସହ ତୁଳନା କରାଯାଉଛି। ସେଠାରେ ମଧ୍ୟ ଆଦିବାସୀମାନେ ଖଣି ଖନନକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିଲେ। ଏବବେ ସିଜିମାଳିରେ ଉତ୍ତେଜନା ଲାଗି ରହିଥିବା ବେଳେ ସାଂସଦଙ୍କ ଏହି ଚିଠି ଏହି ପ୍ରସଙ୍ଗରେ ଆଇନଗତ ଏବଂ ରାଜନୈତିକ ଗୁରୁତ୍ୱ ବଢ଼ାଇ ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ