Friday, June 12, 2026
39 C
Odisha

    ନିର୍ଜଳା ଏକାଦଶୀରେ ଦାନ କରନ୍ତୁ ଏହି ୫ଟି ଜିନିଷ, ଦାରିଦ୍ର୍ୟ ଓ ପିତୃଦୋଷରୁ ମୁକ୍ତି ମିଳିବ

    ଆଗକୁ ପଢନ୍ତୁ

    ନିର୍ଜଳା ଏକାଦଶୀ ବର୍ଷର ସବୁଠାରୁ ବଡ଼ ଏକାଦଶୀ ବୋଲି ମାନାଯାଇଥାଏ । ପଞ୍ଚାଙ୍ଗ ଅନୁସାରେ ଏହି ଏକାଦଶୀ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷରେ ପଡିଥାଏ । କୁହାଯାଏ ଏହି ଏକାଦଶୀରେ ବ୍ରତ କରିବା ଦ୍ବାରା ବର୍ଷରେ ଆସୁଥିବା ସମସ୍ତ ଏକାଦଶୀ ବ୍ରତର ପୁଣ୍ୟଫଳ ମିଳିଥାଏ । ପୌରାଣିକ କଥା ଅନୁସାରେ ପାଣ୍ଡବ ପୁତ୍ର ଭୀମ ମଧ୍ୟ ଏହି ବ୍ରତ କରିଥିଲେ । କାହିଁକିନା ତାଙ୍କ ପକ୍ଷେ ସମସ୍ତ ଏକାଦଶୀ କରିବା ସମ୍ଭବ ନଥିଲା । ଧାର୍ମିକ ମାନ୍ୟତାନୁସାରେ ଏହି ଏକାଦଶୀରେ ଦାନ କରିବା ଅକ୍ଷୟ ପୁଣ୍ୟର ପ୍ରାପ୍ତି ମିଳିଥାଏ ।

    ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ ଆର୍ଥିକ ଅସୁବିଧା ଏବଂ ପୂର୍ବପୁରୁଷଙ୍କ ଅଭିଶାପରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ନିର୍ଜଳା ଏକାଦଶୀରେ ଏହି ୫ଟି ଜିନିଷ ଦାନ ନିଶ୍ଚୟ କରନ୍ତୁ । କୁହାଯାଏ ଏହି ଜିନିଷ ଦାନ କରିବା ଦ୍ବାରା ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ । ଏହି ଦାନ ଆପଣଙ୍କ ଭାଗ୍ୟକୁ ଚମକାଇଥାଏ ।

    ପାଣି ପୂର୍ଣ୍ଣ ମାଟି ଘଡ଼ି – ନିର୍ଜଳା ଏକାଦଶୀରେ ପାଣିରେ ଭର୍ତ୍ତି ମାଟି ଘଡ଼ି ଦାନକୁ ସବୁଠାରୁ ଫଳଦାୟୀ ବୋଲି ବିବେଚନା କରାଯାଏ । କୁହାଯାଏ ଏହି ଦାନ କରିବା ଦ୍ବାରା ଜୀବନର ସମସ୍ତ କଷ୍ଟ ଦୂର ହୋଇଯାଏ ଏବଂ ଶ୍ରୀହରି ବିଷ୍ଣୁ ଭଗବାନଙ୍କ ଅସୀମ କୃପା ପ୍ରାପ୍ତ ହେବ । ଏହି ଦାନ କରିବା ପାଇଁ ହେଲେ ଏକ ନୂଆ ଘଡ଼ି ନିଅନ୍ତୁ । ସର୍ବପ୍ରଥମେ ସେହି ଘଡ଼ିକୁ ସଫା କରି ନିଅନ୍ତୁ ଏବଂ ସେଥିରେ ଥଣ୍ଡା ପାଣି ଭରି ନିଅନ୍ତୁ ।  ଏହା ପରେ କୌଣସି ବ୍ରାହ୍ମଣ ନଚେତ୍ ପଥଚାରୀଙ୍କୁ ଦାନ କରନ୍ତୁ । ଏହି ଉପାୟ ମାଧ୍ୟମରେ ପୂର୍ବପୁରୁଷ ଦୋଷରୁ ମୁକ୍ତି ମିଳିବା ସହିତ ଆର୍ଥିକ ସମସ୍ୟା ଦୂର ହେବ ।

    ଫଳ ଦାନ – ନିର୍ଜଳା ଏକାଦଶୀରେ ରସଯୁକ୍ତ ଫଳ ଦାନ କରନ୍ତୁ । ଯେପରିକି ଖରଭୁଜ, ତରଭୁଜ ଆଦି ଦାନ କରିବା ଅତ୍ୟନ୍ତ ଶୁଭ ବୋଲି ମାନାଯାଇଥାଏ । କୁହାଯାଏ ଏହି ଦାନ କରିବା ଦ୍ବାରା ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ଅସୀମ କୃପା ଲାଭ ହେବ । ଏହି ଦିନ ଫଳ ଦାନ କରିବା ଦ୍ୱାରା ଆର୍ଥିକ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

    ପୋଷାକ ଏବଂ ଜୋତା ଦାନ – ନିର୍ଜଳା ଏକାଦଶୀ ଗରମ ଦିନରେ ପଡ଼ିଥାଏ । ତେଣୁ ଏହି ଦିନରେ ଅଭାବୀ ଲୋକଙ୍କ ପାଦକୁ ଚପଲ ଏବଂ ଗରମରୁ ରକ୍ଷା ପାଇବା ପାଇଁ ସୂତା ପୋଷାକ ଦାନ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହି ଦାନ ଗ୍ରହ ଜନିତ ରୋଗରୁ ମୁକ୍ତି ମଧ୍ୟ ପ୍ରଦାନ କରେ ବୋଲି ବିଶ୍ବାସ କରାଯାଏ ।

    ଛତୁଆ ଏବଂ ଗୁଡ଼ ଦାନ – ନିର୍ଜଳା ଏକାଦଶୀରେ ଗୁଡ଼ ଏବଂ ଚଣାର ଛତୁଆ ଦାନ କରିବା ମଧ୍ୟ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଏହି ଦାନ ଦେବୀ ଅନ୍ନପୂର୍ଣ୍ଣା ଏବଂ ଦେବୀ ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ମିଳିଥାଏ ।

    ହାତ ପଙ୍ଖା – ଏହି ଦିନରେ ହାତ ପଙ୍ଖା ଦାନ କରିବାର ମଧ୍ୟ ବିଶେଷ ମହତ୍ତ୍ବ ରହିଛି । ଏହି ଦିନରେ ଦାନ ଭଳି ପୁଣ୍ୟ କଲେ ଜୀବନର ସମସ୍ତ କଷ୍ଟ ହରଣ ହୋଇଥାଏ ଏବଂ ଘରେ ସୁଖ, ଶାନ୍ତି ଲାଗି ରୁହେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39 ° C
    39 °
    39 °
    30 %
    1.9kmh
    30 %
    Fri
    40 °
    Sat
    41 °
    Sun
    41 °
    Mon
    42 °
    Tue
    41 °

    ସମ୍ବନ୍ଧିତ