Friday, April 3, 2026
36.1 C
Odisha

    ନିର୍ବାଚନରେ ଲୋକେ ନବୀନଙ୍କୁ ଦେଖି ନ ପାରିବାରୁ ଦଳ ହାରିଲା: ଭୁପିନ୍ଦର ସିଂ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତା ଭୁପିନ୍ଦର ସିଂ ଦଳର ସାଂଗଠନିକ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ରାଜନୈତିକ ବ୍ୟାପାର କମିଟି (ପିଏସି) ଗଠନ ହେଲା ପରେ ଯେଉଁମାନେ ଦଳକୁ ବିଭିନ୍ନ ସ୍ଥାନରେ ଆରମ୍ଭ କରିଥିଲେ ସେମାନଙ୍କୁ ରଖା ଗଲା ନାହିଁ, ଯାହାକୁ ନେଇ ଏବେ ବି ଅନେକ ସ୍ଥାନରେ ଚର୍ଚ୍ଚା ଚାଲିଛି। ମୋ ନାଁ କାହିଁକି କମିଟିରେ ରହିଲା ନାହିଁ ଯେଉଁମାନେ କମିଟି କରିଛନ୍ତି, ସେମାନେ ହିଁ ଭଲଭାବରେ କହି ପାରିବେ। ଆମେ ଯେଉଁ ବରିଷ୍ଠ ନେତାମାନେ ବସୁଥିଲୁ ଦଳ ବିରୁଦ୍ଧରେ ବସୁ ଥିଲୁ କି? ଆମେ ଦଳର ଭବିଷ୍ୟତ ନେଇ ଆଲୋଚନା କରୁଥିଲୁ। ସମସ୍ତେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଖୋଜୁଥିଲେ। କିନ୍ତୁ ସେଥିରେ ଲୋକମାନେ ବ୍ୟତିକ୍ରମ ଦେଖିଲେ, ଯେଉଁଥିପାଇଁ ଦଳର ପରାଜୟ ଘଟିଲା।

    ଭୁପିନ୍ଦର ସିଂ କହିଛନ୍ତି, ଯେତେ ଆଞ୍ଚଳିକ ଦଳ ରହିଛି। ସେଥିରେ ଲିଡ଼ର ଏକାଧିକ ରହି ଥାଇ ପାରନ୍ତି। କିନ୍ତ ବିଜେଡିର ଜଣେ ନେତା ନବୀନ ପଟ୍ଟନାୟକ। ନିର୍ବାଚନରେ ଲୋକେ ନେତାଙ୍କୁ ଦେଖି ନ ପାରିବାରୁ ଦଳ ହରିଲା। ଏଇଟା ସମସ୍ତେ କହୁଛନ୍ତି। ଲୋକେ ତାଙ୍କ କ୍ୟାପେଟନ୍‌କୁ ମିସ୍‌ କଲେ। ସେଥିପାଇଁ ଆମକୁ ହରିବାକୁ ପଡିଲା। ବିରୋଧୀ ଦଳ ଭାବେ ବିଜେଡି ଆଗ୍ରେସିଭ ହୋଇ ପାରୁନି। ଗୃହ ବିଭାଗ ଆଲୋଚନା ବେଳେ ବିଧାନସଭା ଭିତରେ ଆମ ଦଳ ରହୁ ନାହିଁ। ଏହା କେତେଦୂର ଯୁକ୍ତି ଯୁକ୍ତ ମୁଁ ବୁଝି ପାରିଲିନିଲା

    ବିଜେପି ଯେଉଁ ବାଟରେ ହେଉ ପଛେ ବିଜେଡିକୁ ମ୍ୟାନୁପୁଲେଟ କରି କି ଜିତିଗଲା। କିନ୍ତୁ ଦଳରେ ସମୀକ୍ଷା ନ ହେଲେ କେମିତି ଜଣାପଡ଼ିବ। ଯେଉଁ ପ୍ରାର୍ଥୀ ଛିଡ଼ା ହେବାକୁ ଚାହୁଁ ନଥିଲା, ଲୋକ ସମ୍ପର୍କ ନଥିଲା, ତାକୁ ଟିକେଟ୍‌ ଦିଆଗଲା। ଅଫିସିଆଲ ବୁଝାମଣା ନହୋଇ ପାରିବାରୁ ବୋଧ ହୁଏ ଭିତିରି ବୁଝାମଣା ହେଇଗଲା।

    ଅନ୍ୟପଟରେ ବିଜେଡି ବରିଷ୍ଠ ନେତା ଶଶିଭୂଷଣ ବେହେରା କହିଛନ୍ତି, ବିଜେଡି ଶକ୍ତିର କ୍ଷୟ ଘଟିଛି। ପରିଚାଳନାଗତ ତ୍ରୁଟି ଯୋଗୁଁ ହିଁ ନିର୍ବାଚନ ହାରିଲୁ। ବିଜୁ ଜନତା ଦଳ ଯୁବ ବର୍ଗଙ୍କୁ ସୁଯୋଗ ଦେଉ। ହେଲେ ଅଭିଜ୍ଞଙ୍କ ପରାମର୍ଶକୁ ଅଣଦେଖା ନ କରୁ। କିଛି ଦିନ ପୂର୍ବରୁ ଦଳରେ ଜଣେ ବ୍ୟକ୍ତିଙ୍କୁ ନେଇ ବିବାଦ ଉଠିଥିଲା। ଏସବୁ ଉପରେ ସଭାପତି ମଧ୍ୟ ଠିକଣା ନିଷ୍ପତ୍ତି ନେବେ ବୋଲି ଆଶା। ଲୋକଙ୍କ ଆମ ପ୍ରତି ଆସ୍ଥା ଥିଲା। ତେଣୁ ଆମେ ହାରିଲେ ସୁଦ୍ଧା ଅଧିକ ପ୍ରତିଶତ ଭୋଟ ପାଇଛୁ। ସମୀକ୍ଷା ହେବା ଦରକାର ଏତେ ସବୁ ପରେ ବି କାହିଁକି ହାରିଲୁ। ୱାକଫ୍ ପ୍ରସଙ୍ଗରେ ଲୋକଙ୍କ ପାଖକୁ ବିଜୁ ଜନତା ଦଳର ଦୁଇଟି ମତ ଗଲା। ଏହା ଦ୍ବାରା ବିଜେଡିର କ୍ଷତି ମଧ୍ୟ ହେଲା। ୨୫ ବର୍ଷ ଭିତରେ ଆମ ଦଳ ଅନେକ କିଛି କରିଥାଇପାରେ ହେଲେ ତାହା ପର୍ଯ୍ୟାପ୍ତ ନୁହେଁ। ଆମ ପାଖେ ଖଣି ଥାଇ ସୁଦ୍ଧା ଆମ ଲୋକ ଦାଦନ ଖଟିବାକୁ ଯାଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ