Friday, October 9, 2026
24.1 C
Odisha

    ନୂଆପଡ଼ା ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ, କୋମନା ତରବୋଡ଼ ସଭାରେ ଦେଲେ ଯୋଗ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ନୂଆପଡ଼ା ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କୋମନା ତରବୋଡ଼ ନିର୍ବାଚନୀ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି । ବିଜେପି ଉପରେ ପ୍ରହାର କଲେ ନବୀନ। କହିଲେ, ଭୋଟ ଚୋରୀ କରି ସରକାର କଲେ। ଆଉ ଏବେ ପ୍ରାର୍ଥୀ ଚୋରି କରିଛି। ଓଡ଼ିଶାବାସୀଙ୍କ ସହ, ବିଜେଡି ସହ ଏବଂ ମୋ ସହ ବେଇମାନୀ ହେଉଛି। ଏହାକୁ ନେଇ ଲୋକେ ଦୁଃଖିତ ଏବଂ କ୍ରୋଧିତ ଅଛନ୍ତି। ନଭେମ୍ବର ୧୧ରେ ଏହାର ଜବାବ ଦେବେ ଏବଂ ବଦଲା ନେବେ।

    କହିଛନ୍ତି, ସମସ୍ତ ୧୬ ମନ୍ତ୍ରୀ ମିଥ୍ୟା ପ୍ରଚାରରେ ହିରୋ, କିନ୍ତୁ କାମରେ ଜିରୋ । ରାଜ୍ୟରେ ବିକାଶ କାମ ଠପ୍ ହୋଇଯାଇଛି। ଏହାସହ ପ୍ରଶ୍ନ କରିଛନ୍ତି, ୩୦୦ ୟୁନିଟ୍ ମାଗଣା ବିଜୁଳି, ଚାଷୀଙ୍କୁ ୟୁରିଆ ସାର ଓ ମାଆମାନଙ୍କୁ ଲୋନ୍ ମିଳୁଛି କି । ବିଏସକେୱାଇ ନା ଆୟୂଷ୍ମାନ ଭିତରୁ କେଉଁ ଯୋଜନା ଭଲ ବୋଲି ପ୍ରଶ୍ନ କରିଛନ୍ତି ନବୀନ। ରାଜ୍ୟରେ ଆଇନ ଶୃଙ୍ଖଳା କଥା ଉଠାଇ କହିଲେ, ମହିଳାଙ୍କ ଉପରେ ଅତ୍ୟାଚାର ସୀମା ଟପିଯାଇଛି। ବିଜେପି ସରକାର ନିଜକୁ ଗେମ ଚେଞ୍ଜର କହୁଥିଲା କିନ୍ତୁ କେବଳ ନେମ୍ ଚେଞ୍ଜର ହୋଇ ରହିଯାଇଛି ବୋଲି ନବୀନ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    78 %
    1.6kmh
    1 %
    Fri
    24 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ