Thursday, September 19, 2024
25.2 C
Odisha

    ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: କଂଗ୍ରେସ ଏବଂ ନ୍ୟାସନାଲ କନଫରେନସ୍ ମେଣ୍ଟ ପ୍ରସଙ୍ଗରେ ୧୦ ଟି ପ୍ରଶ୍ନ ପଚାରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ରାହୁଲ ଗାନ୍ଧୀ ନିଜ ଦଳର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି ।

    “ଜଳ ବିନା ମାଛ – କ୍ଷମତା ବିନା କଂଗ୍ରେସ ଦଳ” । କ୍ଷମତା ଲୋଭରେ ଅନ୍ଧ କଂଗ୍ରେସ ଦଳ । କ୍ଷମତା ପାଇଁ ଦେଶରେ ଅରାଜକତା, ବିଶୃଙ୍ଖଳା, ଅସ୍ଥିରତା, ବିଦ୍ୱେଷ ସୃଷ୍ଟି କରିବାକୁ ଆଦୌ ପଛଘୁଂଚା ଦିଏ ନାହିଁ କଂଗ୍ରେସ ଦଳ । ଦେଶ ବିଭାଜନକାରୀ ଓ ରାଷ୍ଟ୍ରବିରୋଧୀ ତତ୍ୱ ସହ ହାତ ମିଳାଇ ବାରମ୍ବାର ଦେଶବାସୀଙ୍କ ସ୍ୱାର୍ଥ ଓ ରାଷ୍ଟ୍ରର ସୁରକ୍ଷାକୁ ବିପଦରେ ପକାଇଛି କଂଗ୍ରେସ ଦଳ । ଏପରିକି ଦେଶର ସୁରକ୍ଷା, ସାର୍ବଭୌମତ୍ୱ ଏବଂ ଏକତାକୁ ବିପଦରେ ପକାଇଛି । ନିଜ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଆଗାମୀ ଜାମ୍ମୁ ଓ କାଶ୍ମୀର ବିଧାନସଭା ନିର୍ବାଚନରେ ଅବଦୁଲ୍ଲା ପରିବାର ଦ୍ୱାରା ପରିଚାଳିତ ‘ନ୍ୟାସନାଲ କନଫରେନ୍ସ’ ସହ ମେଂଟ କରି ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନ୍ୟାସନାଲ କନଫରେନ୍ସ ନିଜ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପ୍ରସଙ୍ଗରେ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ସ୍ପଷ୍ଟିକରଣ ଦେବା ଉଚିତ୍ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ