Wednesday, July 2, 2025
24.5 C
Odisha

    ନିର୍ବାଚନ ଡ୍ୟୁଟିରୁ ଫେରିବାବେଳେ ଓଲଟିଲା ବସ୍‌, ୯ ଯବାନ ଆହତ

    ଆଗକୁ ପଢନ୍ତୁ

    ନିର୍ବାଚନ ଡ୍ୟୁଟିରୁ ଫେରିବା ବେଳେ ଓଲଟିଲା ବସ୍‌ । ଦୁର୍ଘଟଣାରେ ୯ ଜଣ ଯବାନ ଆହତ ହୋଇଛନ୍ତି । ଛତିଶଗଡ଼ ଜଗଦଲପୁରର ରାଇକୋଟ ନିକଟରେ ଏହି ବସ୍‌ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଆହତ ଯବାନଙ୍କୁ ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

    ସୂଚନା ଅନୁସାରେ, ଛତିଶଗଡ ଦନ୍ତେୱାଡ଼ା ଜିଲ୍ଲାର ଫରସପାଲିରୁ ନିର୍ବାଚନ କାମ ସାରି ଜଗଦଲପୁରକୁ ଯବାନଙ୍କୁ ନେଇ ଫେରୁଥିବା ବେଳେ ବସଟି ଦୁର୍ଘଟଣାଗସ୍ତ ହୋଇଛି । ଏଥିରେ ୯ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯବାନଙ୍କୁ ଚିକିତ୍ସା ପାଇଁ ଧିମ୍ରାପାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଆଉ କିଛି ଯବାନ କମ୍ୟୁନିଟି ହେଲଥ ସେଣ୍ଟର ତୁକାପାଲର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବସରେ ପ୍ରାୟ ୩୨ଜଣ ଯବାନ ଥିଲେ । ନିର୍ବାଚନ ଡ୍ୟୁଟି ସାରି ଦନ୍ତେୱାଡାରୁ ଜଗଦଲପୁର ମୁଖ୍ୟାଳୟକୁ ଫେରୁଥିଲେ। ତେବେ କୋଡେନାର ପୋଲିସ ଷ୍ଟେସନ ନିକଟ ମୁଖ୍ୟ ରାସ୍ତାରେ ଦୁର୍ଘଟଣା ଘଟିଥିଲା । ବସ୍ ସାମ୍ନାକୁ ଗୋରୁ ପୋଲ ଆସିଯିବାରୁ ବସଟି ନିୟନ୍ତ୍ରଣ ବାହାରକୁ ଯାଇ ରାସ୍ତା କଡ଼ରେ ଓଲଟି ପଡିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    88 %
    2.2kmh
    99 %
    Tue
    25 °
    Wed
    26 °
    Thu
    30 °
    Fri
    25 °
    Sat
    28 °

    ସମ୍ବନ୍ଧିତ