Friday, October 2, 2026
25.2 C
Odisha

    ନିୟମିତ କଫି ସେବନ ଦ୍ୱାରା ଶରୀରରେ ବୃଦ୍ଧି ହୋଇଥାଏ ମେଟାବୋଲିଯିମ

    ଆଗକୁ ପଢନ୍ତୁ

    ଆମ ଭିତରୁ ଏମିତି ଅଧିକାଂଶ ଲୋକେ ଅଛନ୍ତି ଯିଏକି କଫି ପିଇବାକୁ ଖୁବ ପସନ୍ଦ କରନ୍ତି, କିନ୍ତୁ କିଛି ଏଭଳି ଲୋକ ଅଛନ୍ତି ଯିଏକି କଫି କୁ ପସନ୍ଦ କରନ୍ତି ନାହିଁ l କିନ୍ତୁ ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ସକାଳୁ ଯଦି ଆପଣ ସେବନ କରୁଛନ୍ତି ମାତ୍ର ଗୋଟିଏ କପ କଫି ତେବେ ପାଇବେ ଅନେକ ଚମତ୍କାର ଲାଭ l

    ପ୍ରତିଦିନ ସକାଳୁ ଗୋଟିଏ କପ କଫି ସେବନ କରିବା ଦ୍ୱାରା ଶରୀରକୁ ଉର୍ଜା ମିଳିଥାଏ, ମେଟାବୋଲିଯିମରେ ସୁଧାର ଆସିଥାଏ ଏବଂ ମସ୍ତିଷ୍କର କାର୍ଯ୍ୟ ଦକ୍ଷତା ମଧ୍ୟ ବୃଦ୍ଧି ପାଇଥାଏ l କିନ୍ତୁ ଅଧିକ ସେବନ ଦ୍ୱାରା ଶରୀରର ଅନେକ କ୍ଷତି ମଧ୍ୟ ହୋଇଥାଏ l ଯେପରିକି ଅନିଦ୍ରା, ମନ ବିଚଳିତ ହେବା ଇତ୍ୟାଦି l

    କଫିରେ କଫିନର ମାତ୍ରା ଖୁବ ଅଧିକ ରହିଥାଏ, , ଯାହାକି ମସ୍ତିଷ୍କ ଓ ନର୍ଭସ ସିଷ୍ଟମକୁ ଖୁବ ଉତେଜିତ କରିଥାଏ l ଏହାଦ୍ୱାରା ଆପଣ ଅଧିକ ସତର୍କ ଓ ଜାଗ୍ରତ ଅନୁଭବ କରିବେ l ଏହା ଥକାପଣ ଦୂର କରିଥାଏ ଏବଂ ଶରୀରର ଉର୍ଜା ସ୍ତରକୁ ବୃଦ୍ଧି କରିଥାଏ lତେଣୁ ପ୍ରତିଦିନ ଗୋଟିଏ କପ ସେବନ କରିବା ଜରୁରୀ l

    କଫି ମେଟାବୋଲିଯିମକୁ ବୃଦ୍ଧି କରିଥାଏ, ଯାହାଦ୍ୱାରା କ୍ୟାଲୋରୀ ବର୍ନ ହୋଇଥାଏ l ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l ତେଣୁ ଅଧିକ ନପିଇ ପ୍ରତିଦିନ ମାତ୍ର ଗୋଟିଏ କପ ସେବନ କରିବା ଜରୁରୀ l

    କଫି ସେବନ କରିବା ଦ୍ୱାରା ମସ୍ତିଷ୍କରେ ଡୋପାମାଇନର ସ୍ତର ବୃଦ୍ଧି ହୋଇଥାଏ, ଯାହାଦ୍ୱାରା ମୁଡ଼ ଠିକ ରହିଥାଏ l ତେଣୁ ଡିପ୍ରେସନ ଚିନ୍ତା ଇତ୍ୟାଦି କମ ହୋଇଥାଏ l

    ଫିଜିକାଲ ଆକ୍ଟିଭିଟିରେ ସୁଧାର ଆଣିଥାଏ କଫି , ବ୍ୟାୟାମ ପୂର୍ବରୁ ଗୋଟିଏ କପ କଫି ସେବନ କରିବା ଦ୍ୱାରା ସହନଶୀଳତା ବୃଦ୍ଧି ହୋଇଥାଏ।

    କଫି ଆଣ୍ଟି ଅକ୍ସିଡେଣ୍ଟର ଗୋଟିଏ ଭଲ ସ୍ରୋତ ଅଟେ, କଫିରେ ଅନେକ ଗୁଡିଏ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ, ଯାହାକି ଶରୀରକୁ ଫ୍ରୀ ରେଡ଼ିକୁଲସ ନିକଟରୁ ରକ୍ଷା କରିଥାଏ ଏବଂ ଇମ୍ୟୁନ ସିଷ୍ଟମକୁ ମଜବୁତ କରିଥାଏ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ