Friday, February 20, 2026
17.8 C
Odisha

    ନୀତିନ ଗଡକରୀଙ୍କୁ ଭେଟିଲେ ଅପରାଜିତା ଷଡଙ୍ଗୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆଜି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ଅବସରରେ ୩ଟି ମୁଖ୍ୟ ଦାବି ରଖିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

    ଦାବିଗୁଡିକ ହେଲା ବଢୁଥିବା ଯାତାୟତକୁ ଦୃଷ୍ଟିରେ ରଖି ବେଗୁନିଆ, ସୁନାଖେଳା ଓ ପୁବୁଶାହୀରେ ୩ଟି ବାଇପାସ୍ ନିର୍ମାଣ, ଖୋର୍ଦ୍ଧା-ନୟାଗଡ଼ ରାସ୍ତା ପ୍ରାୟ ୬୫ କି.ମି.କୁ ୪ ଲେନ୍ କରିବା । ଏହାସହିତ ଏନ୍‌ଏଚ୍ ୫୭ର ଅତ୍ରି ଓ ବାଘମାରି ନିକଟରେ ଅଣ୍ଡରପାସ୍ ନିର୍ମାଣ ପାଇଁ ଲିଖିତ ଭାବେ ଦାବି ରଖିଥିଲେ । ନିଜର ସଂସଦୀୟ କ୍ଷେତ୍ର ପାଇଁ ୩ଟି ବାଇପାସ୍ ଓ ଅଣ୍ଡରପାସ୍ ନିର୍ମାଣ ପାଇଁ ଦାବି ରଖିଥିବା ବେଳେ ଏହାକୁ ଅନୁମୋଦନ ମିଳିଥିବା ଅପରାଜିତା ଷଡଙ୍ଗୀ ସୂଚନା ଦେଇଛନ୍ତି । ୧୧୧ କୋଟି ଟଙ୍କାରେ ତିଆରି ହେବ ବାଇପାସ୍ ଓ ଅଣ୍ଡରପାସ୍ । ଖୋର୍ଦ୍ଧା-ନୟାଗଡ଼ ରାସ୍ତା ୪ ଲେନ୍ ଯଥାବିଧି ପ୍ରକ୍ରିୟା ଅନୁସାରେ କରାଯିବ ବୋଲି ସାଂସଦ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    17.8 ° C
    17.8 °
    17.8 °
    50 %
    1.8kmh
    37 %
    Fri
    35 °
    Sat
    35 °
    Sun
    35 °
    Mon
    34 °
    Tue
    34 °

    ସମ୍ବନ୍ଧିତ