Sunday, September 13, 2026
27.6 C
Odisha

    ନୀରଜ ଚୋପ୍ରାଙ୍କୁ ମିଳିବ ସ୍ବର୍ଣ୍ଣ ପଦକ? ଆର୍ଶାଦ ନାଦିମଙ୍କ ହେଲା ଡୋପ ଟେଷ୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ୨୦୨୪ରେ ଜାଭେଲିନ ଥ୍ରୋ ପାଇଁ ପାକିସ୍ତାନର ଆର୍ଶାଦ ନାଦିମ ସ୍ବର୍ଣ୍ଣ ପଦକ ଜିତିଛନ୍ତି। କିନ୍ତୁ ତାଙ୍କର ଐତିହାସିକ ବିଜୟ ପରେ ଏକ ନୂଆ ବିବାଦ ଉପୁଜିଥିବା ଜଣାଯାଇଛି। ମ୍ୟାଚ ପରେ ଆର୍ଶଦ ନାଦିମଙ୍କ ଡୋପ ପରୀକ୍ଷା କରାଯାଇଥିଲା, ଏହା ପରେ ପାକିସ୍ତାନୀ ଆଥଲେଟ କିଛି ଭୁଲ ଖାଦ୍ୟ ଖାଇଥିଲେ ଏବଂ ଜାଭେଲିନ ଥ୍ରୋରେ ୯୨.୯୭ ମିଟର ଯାଏଁ ଫିଙ୍ଗିଥିବା କୁହାଯାଉଛି ଏହି ଖବର ବ୍ୟାପିବା ମାତ୍ରେ ନୀରଜ ଚୋପ୍ରାଙ୍କ ସ୍ବର୍ଣ୍ଣ ପଦକ ଜିତିବା ଆ ବଢିବାରେ ଲାଗିଛି।  ଦୁନିଆର ପ୍ରାୟ ସମସ୍ତ କ୍ରୀଡା ଇଭେଣ୍ଟରେ ଡୋପ ପରୀକ୍ଷା କରାଯାଏ। ଏହି ପରୀକ୍ଷା ସାଧାରଣତ ପରିସ୍ରା ଏବଂ ରକ୍ତ ମାଧ୍ୟମରେ କରାଯାଇଥାଏ। ଏହାର ଉଦ୍ଦେଶ୍ୟ ହେଉଛି ଯେ କୌଣସି ଆଥଲେଟ କୌଣସି ଡ୍ରଗ୍ସ ବ୍ୟବହାର କରିଛନ୍ତି, ଶକ୍ତି ବୃଦ୍ଧି କରୁଥିବା ଟାବଲେଟ କିମ୍ବା କୌଣସି ଛଳରେ ଏହା କରିବାକୁ ଚେଷ୍ଟା କରିଛନ୍ତି କି? ଅନେକ ଆଥଲେଟ ଅଲିମ୍ପିକ୍ସରେ ଡୋପିଂ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଇରାନର ସାଜଜାଦ ସେହେନ ଏବଂ ନାଇଜେରିଆର ବକ୍ସର ସିନ୍ଥିଆ ଏଥିପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

    ସୋସିଆଲ ମିଡିଆରେ ଲୋକମାନେ ପାକିସ୍ତାନର ଆର୍ଶଦ ନାଦିମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। କହିରଖୁଛୁ କି, ଡୋପ ପରୀକ୍ଷା କରିବା ବହୁତ ଦିନ ଧରି ଚାଲିଆସୁଛି। ପ୍ରାୟତଃ ପଦକ ଜିତିବା ପରେ ଆଥଲେଟମାନେ ତୁରନ୍ତ ଏକ ଡୋପ ଟେଷ୍ଟର ସମ୍ମୁଖୀନ ହୁଅନ୍ତି। ଜାଭେଲିନ ଥ୍ରୋ ପ୍ରତିଯୋଗିତା ଶେଷ ହେବା ପରେ କେବଳ ପାକିସ୍ତାନର ଆର୍ଶଦ ନାଦିମ ନୁହଁନ୍ତି, ଭାରତର ନୀରଜ ଚୋପ୍ରା ଏବଂ ଗ୍ରେନାଡାର ଆଣ୍ଡରସନ ପିଟର୍ସ ମଧ୍ୟ ଡୋପ ପାଇଁ ପରୀକ୍ଷା କରିଥିଲେ।ପଦକ ବିଜେତା ଆଥଲେଟର ଡୋପ ଟେଷ୍ଟ ଏକ ନୂଆ କଥା ନୁହେଁ । ଏହା କେବଳ ସୁନିଶ୍ଚିତ କରିବା ପାଇଁ କରାଯାଇଥାଏ ଯେ ଆଥଲେଟ ପ୍ରତିଯୋଗିତାରେ ଠକିଛନ୍ତି କି ନାହିଁ। ଏଭଳି ପରିସ୍ଥିତିରେ ଆର୍ଶଦ ନାଦିମଙ୍କୁ ନିଶା ସେବନ କିମ୍ବା ଅନ୍ୟ କୌଣସି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି ବୋଲି ଦାବି ସମ୍ପୂର୍ଣ୍ଣ ଭୁଲ ଅଟେ। କାରଣ କେବଳ ପ୍ରୋଟୋକଲ ଅନୁସରଣ କରିବା ପାଇଁ ଡୋପ ଟେଷ୍ଟ କରାଯାଇଥିଲା ଏବଂ କୌଣସି ସନ୍ଦେହଜନକ ସ୍ଥିତି ମିଳି ନଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ