Sunday, April 12, 2026
25.3 C
Odisha

    ନୂଆପଡ଼ା ଉପ ନିର୍ବାଚନ ପାଇଁ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ, ୧୪ ରେ ଗଣତି ସହ ଫଳାଫଳ ପ୍ରକାଶ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ନିର୍ବାଚନ ତାରିଖ ଘୋଷଣା ସହ ନୂଆପଡ଼ା ଉପ ନିର୍ବାଚନ ପାଇଁ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ନଭେମ୍ବର ୧୧ରେ ହେବ ଉପନିର୍ବାଚନ ଓ ୧୪ରେ ଗଣତି ସହ ଫଳାଫଳ ପ୍ରକାଶ। ନଭେମ୍ବର ୧୬ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଆର ସନ୍ଥ ଗୋପାଳନ।

    ନୂଆପଡ଼ା ଉପନିର୍ବାଚନରେ ମୋଟ ଏକ ଲକ୍ଷ ୨୨ ହଜାର ୧୦୩ ପୁରୁଷ ଏବଂ ଏକ ଲକ୍ଷ ୨୬ ହଜାର ୧୩୨ ମହିଳା ଭୋଟର ଦେବେ । ଭୋଟର ତାଲିକାରେ ରହିଛନ୍ତି ୪ ହଜାର ଦିବ୍ୟାଙ୍ଗ ଭୋଟର ଏବଂ ୨୦୦୭ ବୟସ୍କ ଭୋଟର । ମୋଟ ୩୫୮ ଟି ମତଦାନ କେନ୍ଦ୍ରରେ ହେବ ଭୋଟିଂ। ପ୍ରତି କେନ୍ଦ୍ରରେ ସର୍ବାଧିକ ୧୨ ଶହ ଭୋଟର ଭୋଟ ଦେଇପାରିବେ। ବୁଥରେ ଉଭୟ ଭୋଟର ଓ ଏଜେଣ୍ଟ ମାନଙ୍କୁ ମୋବାଇଲ ମନା।

    ରିଅଲ ଟାଇମ୍ ସିଷ୍ଟମରେ ୱେବ କ୍ୟାଷ୍ଟିଂ କରାଯିବ। ବୟସ୍କଙ୍କ ପାଇଁ ଘରେ ଭୋଟ ଦେବା ପାଇଁ ବ୍ୟବସ୍ଥା କରାଯିବ। ସମସ୍ତ ପ୍ରାର୍ଥୀ ଏବଂ ତାଙ୍କର ରାଜନୈତିକ ଦଳ ପ୍ରାର୍ଥୀଙ୍କ ଅପରାଧିକ ମାମଲାକୁ ୩ ଥର ସୂଚନା ପ୍ରକାଶ କରିବାକୁ ପଡ଼ିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    20 %
    1.2kmh
    0 %
    Sun
    39 °
    Mon
    41 °
    Tue
    42 °
    Wed
    44 °
    Thu
    44 °

    ସମ୍ବନ୍ଧିତ