Thursday, October 8, 2026
22.2 C
Odisha

    ନୂଆପଡ଼ା ଷ୍ଟେସନ ନିକଟରେ ପଡିଛି ଯୁବକଙ୍କ ମୃତଦେହ

    ଆଗକୁ ପଢନ୍ତୁ

    ନୂଆପଡ଼ା : ନୂଆପଡ଼ା ରେଳ ଧାରଣା ନିକଟରୁ ଉଦ୍ଧାର କରାଯାଇଛି ଏକ ମୃତଦେହ। ଅଚିହ୍ନା ଯୁବକ ଜଣକ ହତ୍ୟା କରିଥିବା ଆଶଙ୍କା କରାଯାଉଥିବାବେଳେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି।

    ସୂଚନାନୁସାରେ, ସକାଳ ସମୟରେ ସ୍ଥାନୀୟଲୋକେ ରେଳ ଧାରଣାରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ଦେଖିଥିଲେ । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ । ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତେବେ ଏବେ ଯାଏ ଏହି ଘଟଣା ସମ୍ବନ୍ଧୀୟ କୌଣସି ଅଧିକ ତଥ୍ୟ ମିଳିପାରିନାହିଁ। ଟ୍ରେନ୍‌ରେ କଟି ଯୁବକଙ୍କ ମୃତ୍ୟୁ ଘଟିଛି କି ତାଙ୍କୁ କେହି ହତ୍ୟା କରିଛି ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ