Sunday, March 1, 2026
21.4 C
Odisha

    ନୂଆବର୍ଷ ଓ ଜିରୋ ନାଇଟ୍ ପାଇଁ ସଜାଗ କମିଶନରେଟ ପୋଲିସ, ମଦ୍ୟପ ଗାଡ଼ି ଚାଳକଙ୍କ ଉପରେ ରହିବ ନଜର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ନୂଆବର୍ଷ ଓ ଜିରୋ ନାଇଟ୍ ପାଇଁ ସଜାଗ କମିଶନରେଟ ପୋଲିସ । ମଦ୍ୟପଙ୍କୁ ସାବାଡ୍ କରିବାକୁ ଜଗିଛି ପୋଲିସ । ନୂଆବର୍ଷ ପାଇଁ ଏବେଠୁ ରାଜଧାନୀରେ ଚେକିଂ ଆରମ୍ଭ । ମଦ୍ୟପାନ କରି ଗାଡ଼ି ଚଳାଉଥିଲେ ସାବଧାନ । ରାସ୍ତାରେ ଚେକିଂ ଆରମ୍ଭ କଲା କମିଶନରେଟ ପୋଲିସ । ଅମାନିଆ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ନୂଆବର୍ଷ ପାଇଁ ରାଜଧାନୀକୁ ଜଗିବେ ୧୫ପ୍ଲାଟୁନ ପୋଲିସ ଫୋର୍ସ ।

    ଟ୍ରାଫିକ, ସିକ୍ୟୁରିଟି ,ଷ୍ଟାଣ୍ଡ ବାୟ ଟିମ୍ ବ୍ୟବସ୍ଥା ହୋଇଛି । ସବୁ ଥାନା ମାନଙ୍କୁ ସେମାନଙ୍କ ଅଞ୍ଚଳରେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜିରୋ ନାଇଟ୍ ଦିନ ରେଷ୍ଟୁରାଣ୍ଟ ମାଲିକ ମାନଙ୍କୁ ନିଜେ ଉପସ୍ଥିତ ରହି ନଜର ରଖିବାକୁ କୁହାଯାଇଛି। ରାତି ୧୨ଟା ପର୍ଯ୍ୟନ୍ତ ସେଲିବ୍ରେସନ ଚାଲିବ । ବାର୍ ଓ ରେଷ୍ଟୁରାଣ୍ଟ ଗୁଡ଼ିକୁ ନିୟମ ପାଳନ କରିବାକୁ କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    21.4 ° C
    21.4 °
    21.4 °
    38 %
    1kmh
    15 %
    Sun
    36 °
    Mon
    36 °
    Tue
    37 °
    Wed
    38 °
    Thu
    37 °

    ସମ୍ବନ୍ଧିତ