ଭୁବନେଶ୍ୱର : ନୂଆବର୍ଷ ଓ ଜିରୋ ନାଇଟ୍ ପାଇଁ ସଜାଗ କମିଶନରେଟ ପୋଲିସ । ମଦ୍ୟପଙ୍କୁ ସାବାଡ୍ କରିବାକୁ ଜଗିଛି ପୋଲିସ । ନୂଆବର୍ଷ ପାଇଁ ଏବେଠୁ ରାଜଧାନୀରେ ଚେକିଂ ଆରମ୍ଭ । ମଦ୍ୟପାନ କରି ଗାଡ଼ି ଚଳାଉଥିଲେ ସାବଧାନ । ରାସ୍ତାରେ ଚେକିଂ ଆରମ୍ଭ କଲା କମିଶନରେଟ ପୋଲିସ । ଅମାନିଆ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ନୂଆବର୍ଷ ପାଇଁ ରାଜଧାନୀକୁ ଜଗିବେ ୧୫ପ୍ଲାଟୁନ ପୋଲିସ ଫୋର୍ସ ।
ଟ୍ରାଫିକ, ସିକ୍ୟୁରିଟି ,ଷ୍ଟାଣ୍ଡ ବାୟ ଟିମ୍ ବ୍ୟବସ୍ଥା ହୋଇଛି । ସବୁ ଥାନା ମାନଙ୍କୁ ସେମାନଙ୍କ ଅଞ୍ଚଳରେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜିରୋ ନାଇଟ୍ ଦିନ ରେଷ୍ଟୁରାଣ୍ଟ ମାଲିକ ମାନଙ୍କୁ ନିଜେ ଉପସ୍ଥିତ ରହି ନଜର ରଖିବାକୁ କୁହାଯାଇଛି। ରାତି ୧୨ଟା ପର୍ଯ୍ୟନ୍ତ ସେଲିବ୍ରେସନ ଚାଲିବ । ବାର୍ ଓ ରେଷ୍ଟୁରାଣ୍ଟ ଗୁଡ଼ିକୁ ନିୟମ ପାଳନ କରିବାକୁ କୁହାଯାଇଛି ।

