Thursday, January 29, 2026
23.3 C
Odisha

    ନୂଆରୂପ ପାଇବ ଚିଲିକା, କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ନୂଆରୂପ ପାଇବ ଚିଲିକା । ଚିଲିକାର ଡେଭଲପମେଣ୍ଟ କରାଯିବ ସହ ସମ୍ପୂର୍ଣ୍ଣ ଅବରୋଧ ମୁକ୍ତ କରାଯିବ । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ ଭେଟିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଉପସ୍ଥିତ ଥିଲେ ପୁରୀ ସାଂସଦ ସମ୍ବିତ ପାତ୍ର । ଚିଲିକାର ଦୀର୍ଘକାଳୀନ ସୁରକ୍ଷା ଓ ପୁନରୁଦ୍ଧାର ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

    ପରିବର୍ତ୍ତିତ ସ୍ଥିତି ନେଇ ବିଜ୍ଞାନଭିତ୍ତିକ ରୋଡମ୍ୟାପ ଦେଇଛି IIT ମାଡ୍ରାସ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଚିଲିକାର ପୁନରୁଦ୍ଧାର କରାଯିବ । ଏସିଆର ସବୁଠୁ ବଡ଼ ହ୍ରଦ ଚିଲିକା ପର୍ଯ୍ୟଟନ ଦୃଷ୍ଟିରୁ ସମୃଦ୍ଧ । ଚିଲିକାର ପୁନରୁଦ୍ଧାର ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବା ସହ ପରିବେଶର ସୁରକ୍ଷାରେ ବିଶେଷ ସହାୟକ ହେବ ।

    ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ପୂର୍ବରୁ ହୋଇଥିବା ବିସ୍ତୃତ ଆଲୋଚନା ଆଧାରରେ କେନ୍ଦ୍ର–ରାଜ୍ୟ ସମନ୍ୱିତ ପଦ୍ଧତି ବାବଦରେ ଆଜି ସୀତାରମଣଙ୍କ ସହ ଆଲୋଚନା କରାଯାଇଛି । ଚିଲିକା ପାଇଁ ୧୫୦୦ ରୁ ୨ ହଜାର କୋଟିର DPR ପ୍ରସ୍ତୁତ ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    45 %
    0.5kmh
    0 %
    Thu
    31 °
    Fri
    31 °
    Sat
    33 °
    Sun
    32 °
    Mon
    34 °

    ସମ୍ବନ୍ଧିତ