ଭୁବନେଶ୍ଵର : ସମସ୍ତ ସାଂସଦ, ବିଧାୟକ ଓ ଦଳୀୟ କର୍ମକର୍ତ୍ତାଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଦେଇଗଲେ ଟାସ୍କ । ଜୁଲାଇରେ ପୁଣି ଓଡ଼ିଶା ଆସିବେ ଦେଇଥିବା ଟାସ୍କର ସମୀକ୍ଷା କରିବେ ନିତିନ। ବିଜେପି କୋର କମିଟି ଓ ପରେ ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ପରେ ଲୋକଙ୍କ ସହ ଯୋଡ଼ି ହେବାକୁ ପରାମର୍ଶ ଦେଇଛନ୍ତି ନିତିନ ନବୀନ। ଏନେଇ ସମସ୍ତ ସାଂସଦ, ବିଧାୟକ ଓ ଦଳୀୟ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ସମସ୍ତ ନିଜ ନିଜର ଭୂମିକାକୁ ସଠିକ ଭାବରେ ତୁଲାନ୍ତୁ। ଶେଷ ଧାଡ଼ିରେ ଥିବା ଲୋକଙ୍କ ପାଖେ ସରକାରଙ୍କ ଯୋଜନା କିପରି ପହଞ୍ଚିବ ସେନେଇ କାର୍ଯ୍ୟ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ରାଷ୍ଟ୍ରପ୍ରତି ସମର୍ପିତ ହୁଅ।ବିକାଶ ଦିଗରେ କାମ କର । ଜେନ୍ ଜିଙ୍କ ମନରେ ନ ରହୁ ନେଗେଟିଭିଟି । ଦେଶର ଗଣତନ୍ତ୍ରରେ ଭାଗିଦାରୀ ହୁଅନ୍ତୁ ନାହିଁ ଅନୁପ୍ରବେଶକାରୀ । ଏହାସହ ପ୍ରତ୍ୟେକ ସାଂସଦ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ପ୍ରତି ବିଧାନସଭାକୁ ଯାଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଉଭୟ ସାଂସଦ ଓ ବିଧାୟକ ମିଳିତ ଭାବେ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଲୋକଙ୍କ ସହ ମିଶିବେ । ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ତାକୁ ଅଖି ଆଗରେ ରଖି ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଜୁଲାଇ ମାସରେ ତିନିଦିନିଆ ଗସ୍ତରେ ଆସି ଏହାର ସମୀକ୍ଷା କରିବେ ବୋଲି କୁହାଯାଇଛି । ଦେଢ ଘଣ୍ଟା ଧରି କୋର ଟିମ ସହ ବୈଠକ କରିଥିଲେ ନିତିନ ନବୀନ । ଦଳର ସାଙ୍ଗଠନିକ ସ୍ଥିତି ସହ ଦଳ ଓ ସରକାରର କାମ କିଭଳି ଲୋକାଭିମୁଖୀ ହେବ ସେ ନେଇ ଚର୍ଚ୍ଚା ହୋଇଛି । ଦୁଇଦିନିଆ ଗସ୍ତ ସାରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ବ ନେବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସି ଗତକାଲି ପହଞ୍ଚିଥିଲେ ନିତିନ ନବୀନ ।
