Wednesday, February 4, 2026
30.1 C
Odisha

    ନେପାଳରୁ କନ୍ଧମାଳ ଜିଲ୍ଲାକୁ ମଦ ଚାଲାଣ କରୁଥିବା ବେଳେ ପାଞ୍ଚ ୱେବ ସାମ୍ବାଦିକ ଗିରଫ

    ଆଗକୁ ପଢନ୍ତୁ

    ବାଲିଗୁଡା : ନେପାଳରୁ କନ୍ଧମାଳ ଜିଲ୍ଲାକୁ କାରରେ ବେଆଇନ ମଦ ଚାଲାଣ କରୁଥିବା ବେଳେ ପାଞ୍ଚ ୱେବ ସାମ୍ବାଦିକ ଗିରଫ l ମଦ ଚାଲାଣ କରୁଥିବା ବେଳେ କାରକୁ ଜବତ କରିବା ସହ ପାଞ୍ଚ ୱେବ ସାମ୍ବାଦିକକୁ ଗିରଫ କରିଛି ବିହାର ରାଜ୍ୟର କିଷାନଗଞ୍ଜ ଅବକାରୀ ବିଭାଗ l କିଷାନଗଞ୍ଜ ଥାନା ଫାରିଗଲା ଉତ୍ପାଦ ଯାଞ୍ଚ ପୋଷ୍ଟ ନିକଟରେ ଅବକାରୀ ଅଧିକ୍ଷକ ଦେବେନ୍ଦ୍ର ପ୍ରସାଦଙ୍କ ନେତୃତ୍ୱରେ ଅବକାରୀ ଟିମ ଚଢ଼ାଉ କରି ପାଞ୍ଚ ଜଣ ୱେବ ସାମ୍ବାଦିକକୁ ଗିରଫ କରିଛି l

    ନେପାଳରୁ ପଶ୍ଚିମବଙ୍ଗ ଦେଇ ମଦ ଚାଲାଣ କରୁଥିବା ବେଳେ ବିହାର କିଷାନଗଞ୍ଜ ଥାନା ଅନ୍ତର୍ଗତ ଫାରିଗଲା ଅବକାରୀ ଯାଞ୍ଚ ପୋଷ୍ଟ ନିକଟରେ ପାଞ୍ଚ ୱେବ ସାମ୍ବାଦିକଙ୍କୁ ଗିରଫ କରାଯାଇ ଜଣାପଡିଛି l ଏମାନେ ଅତ୍ୟଧିକ ମଦ୍ୟପାନ କରିବା ସହ ବେଆଇନ ଭାବେ ମଦ ଚାଲାଣ କରୁଥିବା ନେଇ ଅବକାରୀ ବିଭାଗ କହିଛି l

    ଗିରଫ ପାଞ୍ଚ ୱେବ ସାମ୍ବାଦିକ ହେଲେ ବାଲିଗୁଡାର ଚିତ୍ତ ରଞ୍ଜନ ନାୟକ, ଫିଲିପ କୁମାର ଦିଗାଲ, ବନବାସୀ ପ୍ରଧାନ, ପଦ୍ମନାଭ ପାଣିଗ୍ରାହୀ ଓ ମିହିରକାନ୍ତ ମିଶ୍ର l ଗିରଫ ପାଞ୍ଚ ୱେବ ସାମ୍ବାଦିକ ନୂତନ ବର୍ଷ ପାଳନ କରିବାକୁ ଯାଇ ନେପାଳରୁ କନ୍ଧମାଳ ବାଲିଗୁଡାକୁ ବେଆଇନ ମଦ ଚାଲାଣ କରୁଥିଲେ ବୋଲି ଅବକାରୀ ବିଭାଗ କହିଛି l କିସାନଗଞ୍ଜ ଅବକାରୀ ବିଭାଗ ଏ ନେଇ 18/2026 ରେ ଏକ ମାମଲା ରୁଜୁ କରିବା ସହ ପାଞ୍ଚ ୱେବ ସାମ୍ବାଦିକକୁ ଗିରଫ ପରେ କୋର୍ଟ ଚାଲାଣ କରିଛି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.1 ° C
    30.1 °
    30.1 °
    20 %
    2.1kmh
    45 %
    Wed
    29 °
    Thu
    32 °
    Fri
    32 °
    Sat
    31 °
    Sun
    32 °

    ସମ୍ବନ୍ଧିତ