Saturday, October 3, 2026
28.9 C
Odisha

    ନ୍ୟାୟ ଏବଂ ଚିକିତ୍ସା ବନ୍ଦ ହୋଇପାରିବ ନାହିଁ’’ ଡାକ୍ତରଙ୍କୁ କାର୍ଯ୍ୟକୁ ଫେରିବା ପାଇଁ ଅପିଲ କଲେ ସୁପ୍ରିମକୋର୍ଟ

    ଆଗକୁ ପଢନ୍ତୁ

    କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଆର.ଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଥିଲା। ଏହି ସମୟରେ କୋର୍ଟ ବଙ୍ଗଳା ସରକାର ଏବଂ ପୁଲିସକୁ ତୀବ୍ର ପ୍ରଶ୍ନ କରିଥିଲେ। ଏହି ମାମଲାରେ ଗୁରୁତର ଅବହେଳା କରାଯାଇଛି ବୋଲି କୋର୍ଟ କହିଛନ୍ତି। ଆଉ ଏହି ଘଟଣାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସାରା ଦେଶରେ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆଜି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଆନ୍ଦୋଳନରୁ ଫେରି ଡିଟ୍ୟୁ କରିବାକୁ ଚାହୁଁଥିବା ମେଡିକାଲ କର୍ମଚାରୀ ଓ ଡାକ୍ତରଙ୍କୁ ସବୁ ପ୍ରକାରର ସୁରକ୍ଷା ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
    ଏଥି ସହିତ ସୁପ୍ରିମକୋର୍ଟ କୋଲକାତା ହରର ଶୁଣାଣି ବେଳେ କହିଛନ୍ତି ଯେ ଡାକ୍ତରଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ଆମେ ଏକ ଜାତୀୟ ଟାସ୍କ ଫୋର୍ସ ଗଠନ କରିଛୁ। ଡାକ୍ତରଖାନାରେ ଡାକ୍ତରଙ୍କ ସୁରକ୍ଷା ସୁନିଶ୍ଚିତ କରାଯିବ। ଗୃହ ସଚିବ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବ ଏବଂ ଡିଜିପିଙ୍କ ସହ ଡାକ୍ତରଙ୍କ ବୈଠକ ଡାକନ୍ତୁ। ଗୋଟିଏ ସପ୍ତାହ ମଧ୍ୟରେ ବୈଠକ ଡାକି ସରକାରୀ ହସ୍ପିଟାଲରେ ମେଡିକାଲ କର୍ମଚାରୀଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରନ୍ତୁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୫ରେ ହେବ, ଏହା ପୂର୍ବରୁ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟଗୁଡ଼ିକ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ବନ୍ଦୋବସ୍ତ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    72 %
    1.8kmh
    37 %
    Sat
    26 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ