Friday, October 23, 2026
21.5 C
Odisha

    ନୟାପଲ୍ଲୀ ମାମଲା, ଚୋରି କରିବାକୁ ଆସି ଦୁଷ୍କର୍ମ କରିଥିବା କହିଲେ ପୋଲିସ କମିଶନର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଅଭିଯୁକ୍ତର ଡାହାଣ ଗୋଡରେ ବାଜିଛି ଗୁଳି । ଚୋରି କରିବାକୁ ଆସି ଦୁଷ୍କର୍ମ କରିଥିବା ନେଇ କହିଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ଲାଇଟର ଗନ୍ ରେ ଅଭିଯୁକ୍ତ ଦେଇଥିଲା ଧମକ । ପୂର୍ବରୁ ଆସି ପୀଡିତାଙ୍କ ଘରକୁ ରେକି କରିଥିଲା । ପରେ ସୁଯୋଗ ଦେଇ ଘରେ ପଶିଥିଲା । ମୁହଁରେ ନାଲି ଗାମୁଛା ପିନ୍ଧି ଘରେ ପଶିଥିଲା । ଦୁଷ୍କର୍ମ ପରେ ଚାଲି ଚାଲି ସିଆରପିଏଫ ଛକକୁ ଯାଇଥିଲା । ସେଠାରୁ ଆମ ବସରେ ଫାୟାର ଷ୍ଟେସନ ଛକ ଯାଇଥିଲା । ପରେ ୟୁନିଟ ୧ଯାଇ ବାଇକ ଚୋରି କରିଥିଲା।

    ପରେ ପରେ ରହୁଥିବା ଚକେସିଆଣି ଘରକୁ ଯାଇଥିଲା। ସେଠାରୁ ପରେ ଗଞ୍ଜାମ ଖସିଯାଇଥିଲା । ପୁଣି ସେଠାରୁ କଟକ ଆସିଥିଲା ।  ଚନ୍ଦକା ଅଞ୍ଚଳରେ ଖବର ପାଇ ତାକୁ ପୋଲିସ ପିଛା କରିଥିଲା ।  ସ୍କ୍ରୁରେ ପୋଲିସକୁ ଆକ୍ରମଣ ଚେଷ୍ଟା କରିଥିଲା ।  ପୋଲିସ ଜବାବରେ ଏକାଉଣ୍ଟର କରିଥିଲା ।  ଦୁଇ ରାଉଣ୍ଡ ଫାୟାରିଂ ପରେ ତାର ବାମ ପଟେ ଗୋଡରେ ବାଜିଛି ଗୁଳି ।  ଆହାତ ଅବସ୍ଥାରେ ତାକୁ ଚିକିତ୍ସା କରାଯାଉଛି ।  ଏକାଉଣ୍ଟ୍ ସ୍ପଟରୁ ଲାଇଟର ଗନ ସହ ବାଇକ ଜବତ ହୋଇଛି ବୋଲି ପୋଲିସ କମିଶନର କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.5 ° C
    21.5 °
    21.5 °
    71 %
    1.5kmh
    46 %
    Fri
    21 °
    Sat
    29 °
    Sun
    28 °
    Mon
    28 °
    Tue
    29 °

    ସମ୍ବନ୍ଧିତ