Thursday, January 1, 2026
19.3 C
Odisha

    ପଞ୍ଚଭୂତରେ ବିଲୀନ ହେଲେ ରତନ ଟାଟା

    ଆଗକୁ ପଢନ୍ତୁ

    ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହିତ ମୁମ୍ବାଇର ୱର୍ଲି ସ୍ମଶାନରେ କରାଯାଇଛି। ଟାଟା ସନ୍ସର ସମ୍ମାନିତ ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟାଙ୍କର ୮୬ ବର୍ଷ ବୟସରେ ବୁଧବାର ରାତିରେ ଦେହାନ୍ତ ହୋଇଛି। ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ମୃତଦେହକୁ ଶେଷ ଦର୍ଶନ ପାଇଁ ମୁମ୍ବାଇର ଏନସିପିଏ ଗ୍ରାଉଣ୍ଡରେ ଗୁରୁବାର ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ରଖାଯାଇଥିଲା। ଯେଉଁଠାରେ ବହୁ ସଂଖ୍ୟକ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷ ଦର୍ଶନ ପରେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ୱର୍ଲି ଅଭିମୁଖେ ନିଆଯାଇଥିଲା। ଏହି ସମୟରେ ରାସ୍ତାର ଦୁଇ ପାର୍ଶ୍ୱରେ ହଜାର ହଜାର ଲୋକେ ଛିଡା ହୋଇ ରତନଙ୍କୁ ଅନ୍ତିମ ବିଦାୟ ଦେଉଥିଲେ। ଏକଦା ମୁମ୍ବାଇରେ ଜନ୍ମିତ ଛୋଟୁ ଟାଟା କମ୍ପାନୀକୁ ଏକ ବୈଶ୍ଵିକ ବ୍ରାଣ୍ଡରେ ପରିଣତ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.3 ° C
    19.3 °
    19.3 °
    32 %
    1.5kmh
    0 %
    Thu
    18 °
    Fri
    28 °
    Sat
    28 °
    Sun
    28 °
    Mon
    28 °

    ସମ୍ବନ୍ଧିତ