Tuesday, April 7, 2026
26.1 C
Odisha

    ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶ: ବାସହୀନଙ୍କୁ ଘର ପାଇଁ ତୁରନ୍ତ ଜମି ଦିଅ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ସବୁ ବାସହୀନଙ୍କୁ ଘର ମିଳିବ। ଏହାକୁ ସରକାର ପ୍ରାଥମିକତା ଦେଉଛନ୍ତି। କିନ୍ତୁ ଅନେକ ସ୍ଥାନରେ ବାସହୀନମାନେ କେଉଁଠି ଘର କରିବେ ସେଥିଲାଗି ଜମି ଚିହ୍ନଟ କରି ଦିଆଯାଉନି। ଏଥିପାଇଁ ଜିଲ୍ଲାପାଳ, ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀମାନେ ବିଡିଓ, ତହସିଲଦାରମାନଙ୍କ ସହ ପ୍ରତି ମାସର ପ୍ରଥମ ଶନିବାର ବୈଠକ କରି ସମସ୍ୟାର ସମାଧାନ କରନ୍ତୁ। ଆଉ କେଉଁଠି ଘର କରିବେ ତାକୁ ଅନୁଧ୍ୟାନ କରି ଜମି ଚିହ୍ନଟ ପ୍ରକ୍ରିୟା ଶେଷ କରିବାକୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ଜିଲ୍ଲାରୁ ଆସିଥିବା ତଥ୍ୟ ଅନୁଯାୟୀ,  ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣରେ ୮୭୧ ଜଣ ଏବଂ ପିଏମ୍-ଜନମନରେ ୫୦ ଜଣ ହିତାଧିକାରୀ କେଉଁଠି ଘର କରିବେ ସେନେଇ ସେମାନଙ୍କୁ ଜମି ଚିହ୍ନଟ କରି ଦିଆଯାଇନି। ସେହିପରି ଆବାସ୍+ ୨୦୨୪ର ସର୍ଭେ ଅନୁଯାୟୀ, ରାଜ୍ୟରେ ୩୭.୮୯ଲକ୍ଷ ଲୋକଙ୍କୁ ଘର ଦେବାକୁ ସର୍ଭେ ହୋଇଥିବାବେଳେ ଏଥିରେ ୨.୦୧ଲକ୍ଷ ବାସହୀନ ଅଛନ୍ତି। ଖୁବ୍‌ଶୀଘ୍ର ଗ୍ରାମ ଉନ୍ନୟନ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ନୂଆ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ବାସହୀନ ହିତାଧିକାରୀଙ୍କୁ ଆଗୁଆ ଘର ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ କରିବାକୁ ହେବ। ସରକାର
    ସମସ୍ତଙ୍କୁ ଘର ଦେବା ଲାଗି ନିଷ୍ପତ୍ତି ନେଇଥିବାରୁ କେଉଁ ଗ୍ରାମ ପଞ୍ଚାୟତରେ କେତେ ବାସହୀନ ଅଛନ୍ତି ତା’ର ତାଲିକା ଦିଆଯାଉଛି। ଏହାକୁ ଆଧାର କରି ତୁରନ୍ତ ବାସହୀନ ପରିବାରଗୁଡ଼ିକୁ ଘର ନିର୍ମାଣ ପାଇଁ ଜମି ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୨୭୧ ଜଣ ଭୂମିହୀନଙ୍କୁ ଘର କରିବାକୁ ଜମି ଚିହ୍ନଟ କରି ଦିଆଯାଇ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.1 ° C
    26.1 °
    26.1 °
    59 %
    3.2kmh
    82 %
    Tue
    31 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ