Friday, October 16, 2026
24.2 C
Odisha

    ପନ୍ନୁର ଘନିଷ୍ଠ ସହଯୋଗୀ ଇନ୍ଦରଜିତ ସିଂକୁ ଗିରଫ କଲା କାନାଡା

    ଆଗକୁ ପଢନ୍ତୁ

    ଓଟାଓ୍ବା : ଭାରତର ଜଣେ ଶତ୍ରୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କାନାଡା। ଭାରତ ବିରୁଦ୍ଧରେ କାମ କରୁଥିବା ଖଲିସ୍ତାନୀ ସମର୍ଥକ ଗୁରୁପତୱନ୍ତ ସିଂହ ପନ୍ନୁର ଜଣେ ଘନିଷ୍ଠ ସହଯୋଗୀ ତଥା ତାହାର ସୁରକ୍ଷା ଦାୟିତ୍ବରେ ଥିବା ବ୍ୟକ୍ତିକୁ କାନାଡା ପୁଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ଇନ୍ଦରଜିତ ସିଂହ ଗୋସାଲ, ଏବଂ ତାକୁ ଗୁରପତୱନ୍ତ ସିଂହ ପନ୍ନୁର ଡାହାଣ ହାତ ବୋଲି ବିବେଚନା କରାଯାଏ। ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣ ମାମଲାରେ ତାକୁ ଗିରଫ କରାଯାଇଛି । ସେ ମଧ୍ୟ ଖଲିସ୍ତାନ ସପକ୍ଷରେ ଜନମତ ସଂଗ୍ରହର ସଂଯୋଜକ ଥିଲା । ଇନ୍ଦ୍ରରଜିତ ଗୋସାଲଙ୍କୁ ପୂର୍ବରୁ ମଧ୍ୟ ଗିରଫ କରାଯାଇଥିଲା। ୨୦୨୪ ମସିହାରେ, ତାକୁ ଏକ ହିନ୍ଦୁ ମନ୍ଦିରରେ ହିଂସା ଘଟଣାରେ ଗିରଫ କରାଯାଇଥିଲା ଏବଂ ପରେ ତାଙ୍କୁ କେତେକ ସର୍ତ୍ତ ସହ ମୁକ୍ତ କରାଯାଇଥିଲା।

    ଏବେ ହୋଇଥିବା ଇନ୍ଦ୍ରଜିତର ଗିରଫଦାରୀ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଭାରତ ଏବଂ କାନାଡା ମଧ୍ୟରେ ଜାତୀୟ ସୁରକ୍ଷା ସ୍ତରୀୟ ବୈଠକ ପରେ ଖଲିସ୍ତାନୀମାନଙ୍କ ବିରୁଦ୍ଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ। ଭାରତର ଏନଏସଏ ଅଜିତ ଡୋଭାଲ କାନାଡା ସରକାରଙ୍କୁ ଖଲିସ୍ତାନୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାପ ପକାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.2 ° C
    24.2 °
    24.2 °
    91 %
    1kmh
    45 %
    Fri
    29 °
    Sat
    28 °
    Sun
    27 °
    Mon
    30 °
    Tue
    30 °

    ସମ୍ବନ୍ଧିତ