Tuesday, October 13, 2026
28.9 C
Odisha

    ପରିତ୍ୟକ୍ତ କୂଅରୁ ଦାଦା ପୁତୁରାଙ୍କ ମୃତ ଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଜଟଣୀ ଥାନା ଗୋଡ଼ାଧର୍ମସାଗର ଅଞ୍ଚଳରେ ଏକ ଅଭାବନିୟ ଘଟଣା ଘଟିଛି। ପରିତ୍ୟକ୍ତ କୂଅରେ ପଡ଼ି ଦାଦା ପୁତୁରା ଉଭୟ ମୃତ୍ୟୁ ବରଣ କରିବା ଖବର ଜଟଣୀରେ ଶୋକର ଛାୟା ଖେଳାଇ ଦେଇଛି। ଗୋଡ଼ାଧର୍ମସାଗର ଅଞ୍ଚଳ ହରିଜନ ସାହିର ରବୀନ୍ଦ୍ର ନାୟକଙ୍କ ପରିବାର ମଧ୍ୟରେ କଳହ ଲାଗିଥିଲା। ତେବେ ଏନେଇ ରବୀନ୍ଦ୍ରଙ୍କ ପୁଅ ନିଖିଳ ନାୟକ (୧୮ ) ନିକଟସ୍ଥ ଏକ ପରିତ୍ୟକ୍ତ କୂଅ ନିକଟକୁ ଗାଧୋଇବାକୁ ଯାଇଥିଲେ। କୌଣସି କାରଣ ବଶତଃ କୂଅ ଭିତରେ ନିଖିଳ ପଡ଼ିଯାଇଥିଲି ତେବେ ଏହା ଦେଖି ପୁତୁରାକୁ ଉଦ୍ଧାର କରିବାକୁ ଯାଇ ଦାଦା ଦୁଲାରାମ ନାୟକ କୂଅ ଭିତରକୁ ଡେଇଁ ପଡ଼ିଥିଲେ। କିନ୍ତୁ ଉଭୟ ଦାଦା ଓ ପୁତୁରା କୂଅ ଭିତରୁ ବାହାରି ପାରି ନଥିଲେ। ଘଟଣା ପ୍ରଘଟ ହେବା ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଦମକଳ ବାହିନୀ ପହଞ୍ଚି ବହୁ ଚେଷ୍ଟା ପରେ ଉଭୟଙ୍କୁ ଉଦ୍ଧାର କରି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। କିନ୍ତୁ ଡାକ୍ତର ଉଭୟ ଦାଦା ପୁତୁରାଙ୍କୁ ମୃତ ଘୋଷଣା କରିଛନ୍ତି। ଜଟଣୀ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    58 %
    1.7kmh
    0 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ