Wednesday, October 7, 2026
27.2 C
Odisha

    ପରୀକ୍ଷାରେ ଦୁର୍ନୀତି ଅଭିଯୋଗ: ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସରକାରୀ କ୍ୱାଟର ଘେରାଉ କଲେ ଆରଆଇ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ

    ଆଗକୁ ପଢନ୍ତୁ

    ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସରକାରୀ କ୍ୱାଟର ଘେରାଉ କରିଛନ୍ତି ଆରଆଇ ପରୀକ୍ଷା ଦେଇଥିବା ପିଲାମାନେ। ପରୀକ୍ଷାରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ସହ ଅନଲାଇନ୍ ପରୀକ୍ଷାକୁ ବିରୋଧ କରି ସେମାନେ ଘେରାଉ କରିଛନ୍ତି। ଅନଲାଇନ୍ ବଦଳରେ ଅଫଲାଇନ କରିବାକୁ ସେମାନେ ଦାବି ଜଣାଇଛନ୍ତି। ଏ ନେଇ ପୂର୍ବରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତିଙ୍କୁ ଜଣାଇ ବି କିଛି ଫଳ ମିଳିନି। ଆରଆଇ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ ଆସିଥିଲା। ବୌଦ୍ଧରେ କିଛି ଅଭିଯୁକ୍ତ ବି ଗିରଫ ହୋଇଛନ୍ତି। ଅନଲାଇନ ପରୀକ୍ଷାରେ ତ୍ରୁଟି ହୋଇଥିବାର ଆଗରୁ ଆଇଟି ମନ୍ତ୍ରୀ ମାନିଥିଲେ। ପୂର୍ବରୁ ଫରେଷ୍ଟର ଓ LI ପରୀକ୍ଷାରେ ମଧ୍ୟ ଅନିୟମିତତା ହୋଇଥିଲା। ରାଜ୍ୟ ସରକାର 15 ଲକ୍ଷ ଟଙ୍କାରେ ଚାକରି ବିକ୍ରି କରୁଥିବା ନେଇ ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ