Saturday, October 10, 2026
30.1 C
Odisha

    ପରୀକ୍ଷା ପେ ଚର୍ଚ୍ଚା’ରେ ପ୍ରୀତି ବିଶ୍ୱାଳର ଚିନ୍ତାଧାରା ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିଛି’

    ଆଗକୁ ପଢନ୍ତୁ

    ଚଳିତଥର ‘ପରୀକ୍ଷା ପେ ଚର୍ଚ୍ଚା’ର ଅଷ୍ଟମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ୍ କରିଥିବା ଝାରସୁଗୁଡ଼ା ଜିଲ୍ଲା ଲଖନପୁରର ପ୍ରୀତି ବିଶ୍ୱାଳ ଏବଂ ତାଙ୍କ ବାପା ତେଜରାମ ବିଶ୍ୱାଳଙ୍କୁ ଭେଟିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

    ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପଢୁଥିବା ପ୍ରୀତି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିବା ପ୍ରଶ୍ନ ବିଷୟ କେନ୍ଦ୍ରିକ ଥିଲା। ପ୍ରୀତିର ଚିନ୍ତାଧାରା ଓ ଆତ୍ମବିଶ୍ୱାସ ସମସ୍ତଙ୍କୁ ପ୍ରଭାବିତ କରିଛି। ଛାତ୍ରଛାତ୍ରୀ ଏବଂ ପରୀକ୍ଷା ଯୋଦ୍ଧାମାନେ ପରୀକ୍ଷା ପାଇଁ ଚିନ୍ତିତ ହେବା କଥା ନୁହେଁ। ଆତ୍ମବିଶ୍ୱାସର ସହ ଚାପ ମୁକ୍ତ ହୋଇ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ଦରକାର। ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ବାର୍ତ୍ତା ବିଦ୍ୟାର୍ଥୀଙ୍କ ମନୋବଳକୁ ଦୃଢ଼ କରିଛି। କେନ୍ଦ୍ରଶିକ୍ଷା ମନ୍ତ୍ରୀ ପ୍ରୀତିଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ସୋମବାର ଦିନ ୨୦୨୫ ମସିହାର ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ‌ଯୋଜନା ସଂପର୍କିତ ପରମର୍ଶ ଦେଇଥିଲେ। ସେହପରି ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ। ଜଣେ କେରଳୀ ଛାତ୍ରୀଙ୍କ ହିନ୍ଦୀ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଯେତେବେଳେ କେରଳର ଜଣେ ଛାତ୍ରୀ ମୋଦୀଙ୍କୁ ଅଭିବାଦନ ଜଣାଇବା ବେଳେ ସୁଦ୍ଧ ହିନ୍ଦୀ ଭାଷାରେ କଥା ହୋଇଥିଲେ ତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ପ୍ରଧାନମନ୍ତ୍ରୀ। ଛାତ୍ରୀ ଜଣଙ୍କ ନାମ ଆକାଂକ୍ଷା। ମୋଦୀ ଯେତେବେଳେ ତାଙ୍କୁ ପଚାରିଲେ କି ତୁମେ ଏତେ ସୁନ୍ଦର ହିନ୍ଦୀ କିପରି କହିପାରୁଛ ତ ସେ ଉତ୍ତର ଦେଲେ “ମୁଁ ହିନ୍ଦୀକୁ ବହୁତ ପସନ୍ଦ କରେ’’। ଏହା ଛଡ଼ା ସେ ହିନ୍ଦୀ କବିତା ବି ଲେଖିଛନ୍ତି ବୋଲି ମୋଦୀଙ୍କୁ କହିଛନ୍ତି।

    ତା’ପରେ ଆକାଂକ୍ଷା ଲେଖିଥିବା କବିତାର କିଛି ପଂକ୍ତିଗୁଡ଼ିକ ମୋଦୀଙ୍କୁ ଶୁଣାଇଲେ। ଯାହାକୁ ଶୁଣିବା ପରେ ପ୍ରଧାନମନ୍ତ୍ରୀ ଖୁବ୍ ଖୁସି ହୋଇଗଲେ। ଆପଣ ଜାଣନ୍ତି ନିଶ୍ଚୟ ଯେ ଉତ୍ତର ଭାରତରେ ହିନ୍ଦୀ ହେଉଛି କଥିତ ଭାଷା। ତେବେ ଏହା ଥିଲା ‘ପରୀକ୍ଷା ପେ ଚର୍ଚ୍ଚା’ର ଅଷ୍ଟମ ସଂସ୍କରଣ। ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ଏବଂ ସେମାନଙ୍କୁ ପରୀକ୍ଷା ଚାପରୁ ମୁକ୍ତ କରିବାରେ ସାହାଯ୍ୟ କରିବା ଏବଂ ସେମାନଙ୍କର ପ୍ରସ୍ତୁତିକୁ ପ୍ରୋତ୍ସାହନା ଦେବା ଉଦ୍ଦେଶ୍ୟରେ ମୋଦୀ ଏପରି କରି ଆସୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ