Friday, February 21, 2025
33.9 C
Odisha

    ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ କାର୍ଯ୍ୟାନୁଷ୍ଠାନ, ୪ ୟୁଟ୍ୟୁବରଙ୍କୁ ଗିରଫ ସାଇବର ଥାନା ପୋଲିସ

    ଆଗକୁ ପଢନ୍ତୁ

    କଟକ : ବନ୍ଧା ହେଲେ ୪ ୟୁଟ୍ୟୁବର । ସ୍କୁଲ ସ୍ତରୀୟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ୪ ୟୁଟ୍ୟୁବରଙ୍କୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳର ଜ୍ୟୋତିରଞ୍ଜନ ବାରିକ, ବରଗଡ଼ ଅତାବିରାର ସାହିଲ କୁମାର ମିଶ୍ର, ଟିଟଲାଗଡ଼ର ମୁଶାନ୍ତ କୁମାର ବିଶି ଓ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ସାଇଶଙ୍କର ପାତ୍ର । ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ବିକ୍ରି କରୁଥିବା ଅଭିଯୋଗ ହୋଇଛି । ସେମାନଙ୍କ ନିକଟରୁ ୬ଟି ମୋବାଇଲ୍ ଓ ଗୋଟିଏ ଟାବଲେଟ୍ ଜବତ ହୋଇଛି ।

    ଗତବର୍ଷ ନଭେମ୍ବର ୧ରେ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର୍ସ ଆସୋସିଏସନର ସଂପାଦକ ରଞ୍ଜନ କୁମାର ଦାଶ ସାଇବର ଥାନାରେ ଏକ ଏତଲା ଦେଇଥିଲେ । ଅକ୍ଟୋବର ୨୮ରୁ ନଭେମ୍ବର ୪ ମଧ୍ୟରେ ଅଷ୍ଟମରୁ ଦଶମ ଶ୍ରେଣୀ ମଧ୍ୟରେ ଚାଲିଥିବା ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ସେ ଏତଲାରେ ଉଲ୍ଲେଖ କରିଥିଲେ । ଏହା ପରେ ଗୁଗଲ୍ ଓ ଅନ୍ୟ ସଂସ୍ଥାଠାରୁ ଏକାଧିକ ବୈଷୟିକ ତଥ୍ୟ ମାଗିଥିଲା ପୋଲିସ । ଯାଞ୍ଚ ପରେ ଘଟଣା ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା ଜଣାପଡ଼ିଥିଲା । କିଛି ଶିକ୍ଷକ ପ୍ରଶ୍ନପତ୍ର ଦେବାକୁ ରାଜି ହେବାରୁ ଭିଡିଓ କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରିଥିଲେ ।

    ଶିକ୍ଷକମାନେ ଗଣିତ ପ୍ରଶ୍ନପତ୍ର ପାଇଁ ୫ ହଜାର, ବିଜ୍ଞାନ ୩ ହଜାର, ସାମାଜିକ ବିଜ୍ଞାନ ପାଇଁ ୨ ହଜାର ଓ ଇଂରାଜୀ ପ୍ରଶ୍ନପତ୍ର ପାଇଁ ୫ ହଜାର ଟଙ୍କା ନେଉଥିବା ଜଣାପଡିଛି । ଏହି ରାକେଟ୍ ରେ ସଂପୃକ୍ତ ଜଣେ ସହକାରୀ ଶିକ୍ଷକଙ୍କୁ କଟକ ସାଇବର ଥାନା ପୋଲିସ ଗିରଫ କରିଛି । ଗିରଫ ଶିକ୍ଷକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଘନଶ୍ୟାମ ବେଉରା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.9 ° C
    33.9 °
    33.9 °
    19 %
    4kmh
    2 %
    Fri
    35 °
    Sat
    35 °
    Sun
    34 °
    Mon
    35 °
    Tue
    36 °

    ସମ୍ବନ୍ଧିତ