Saturday, April 11, 2026
30.4 C
Odisha

    ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପିର ବ୍ଲୁ-ପ୍ରିଣ୍ଟ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଓଡ଼ିଶା ନେତାଙ୍କ ରୁଦ୍ଧଦ୍ୱାର ବୈଠକ

    ଆଗକୁ ପଢନ୍ତୁ

    ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପିର ବ୍ଲୁ-ପ୍ରିଣ୍ଟ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଓଡ଼ିଶା ନେତାଙ୍କ ରୁଦ୍ଧଦ୍ୱାର ବୈଠକ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏହାର ରଣନୀତିକୁ ଜୋରଦାର କରିଛି। ଖଡ଼ଗପୁରରେ ଅମିତ ଶାହା ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।

    ଏଥିରେ ଓଡ଼ିଶା ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ସାମିଲ ହୋଇଥିଲେ। ଏପ୍ରିଲ ୨୩ ଏବଂ ୨୯ରେ ହେବାକୁ ଥିବା ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ବିଜୟ ପାଇଁ ଏହି ବୈଠକରେ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। ‘ମୋ ବୁଥ୍ ସବୁଠୁ ମଜଭୁତ’ ସ୍ଲୋଗାନ ସହ ପ୍ରତିଟି ବୁଥକୁ ସଶକ୍ତ କରିବା ଏବଂ ଘରକୁ ଘର ବୁଲି ପ୍ରଚାର ଉପରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାର ନେତାମାନେ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି। ବୁଥ୍ ପରିଚାଳନା ଏବଂ ଭୋଟରଙ୍କୁ ଆକୃଷ୍ଟ କରିବାର କୌଶଳ ସମ୍ପର୍କରେ ସେମାନେ ପଶ୍ଚିମବଙ୍ଗ ବିଜେପି କର୍ମକର୍ତ୍ତାଙ୍କୁ ସହାୟତା କରିବେ। ଟିଏମସି ସରକାରର ଦୁର୍ନୀତି ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଲୋକଙ୍କ ଆଗରେ ରଖି ‘ପରିବର୍ତ୍ତନ’ର ସ୍ଲୋଗାନ ଦେବାକୁ ନିଷ୍ପତ୍ତି ହୋଇଛି।

    ସୋସିଆଲ ମିଡିଆ ମାଧ୍ୟମରେ ବିକାଶର ବାର୍ତ୍ତା ପହଞ୍ଚାଇବା ଏବଂ ବିରୋଧୀଙ୍କ ମିଥ୍ୟା ପ୍ରଚାରକୁ ରୋକିବା ପାଇଁ ଯୋଜନା ହୋଇଛି। ଶିଳ୍ପର ପୁନରୁଦ୍ଧାର, ମହିଳା ସୁରକ୍ଷା ଏବଂ ଶିକ୍ଷା ସଂସ୍କାର ଭଳି ପ୍ରତିଶ୍ରୁତିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ କୁହାଯାଇଛି। ଖଡ଼ଗପୁରରେ ବହୁ ସଂଖ୍ୟାରେ ଓଡ଼ିଆ ଭାଷାଭାଷୀ ଲୋକ ରହୁଥିବାରୁ ଏହି ଅଞ୍ଚଳରେ ବିଜେପି ଓଡ଼ିଶା ନେତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇ ଭୋଟ୍ ବଢ଼ାଇବାକୁ ଲକ୍ଷ୍ୟ ରଖିଛି। ଆସନ୍ତା ମେ ୪ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି ଏଥର ଏକ ବଡ଼ ଶକ୍ତି ଭାବେ ଉଭା ହେବାକୁ ପ୍ରୟାସ କରୁଛି। ୨୦୨୧ ନିର୍ବାଚନରେ ବିଜେପି ୭୭ଟି ଆସନ ଜିତିଥିବା ବେଳେ ଟିଏମସି ୨୧୩ଟି ଆସନ ପାଇଥିଲା। ଏଥର ବହୁମତ ସହ ସରକାର ଗଢ଼ିବାକୁ ବିଜେପି ଲକ୍ଷ୍ୟ ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    14 %
    2kmh
    0 %
    Sat
    32 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ