Friday, February 27, 2026
32.5 C
Odisha

    ପଶ୍ଚିମା ଝଡ଼ର ପ୍ରଭାବ: ବଢ଼ିବ ରାତି ତାପମାତ୍ରା, କମିବ ଶୀତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପଶ୍ଚିମା ଝଡ଼ର ପ୍ରଭାବ । ବଢ଼ିବ ରାତି ତାପମାତ୍ରା, କମିବ ଶୀତ । ଦୁଇ ଦିନ ପରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିବ । ୧୯ ତାରିଖରେ ପୁଣି ପଶ୍ଚିମା ଝଡ଼ ସକ୍ରିୟ ହେବ । ଫଳରେ ତାପମାତ୍ରା ଆହୁରି ବଢିବ । ୫ ଦିନ ଯାଏ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ କୁହୁଡ଼ି ଦେଖା ଯାଇପାରେ ।

    ଶୀତ ସହ କଲବଲ କରୁଛି ଘନ କୁହୁଡି । ଦିନରେ ଥଣ୍ଡା ପବନ ମଧ୍ୟ ବହୁଛି । ! ବିଶେଷକରି ରାତିରେ ଶୀତର ପ୍ରକୋପ ଅଧିକ ରହୁଥିବାରୁ ଲୋକମାନେ ନିଆଁ ପୋଉଁଛନ୍ତି । କେନ୍ଦୁଝର, ସୁନ୍ଦରଗଡ଼ କନ୍ଧମାଳ, କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲାରେ ହାଲୁକା ଠାରୁ ମଧ୍ୟମ କୁହୁଡ଼ି ଦେଖାଯିବା ସମ୍ଭାବନା ରହିଛି । ୧୧ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ଏଥର ଶୀତ ସବୁ ରେକର୍ଡ ଭାଙ୍ଗିଛି । ଆକାଶ ନିର୍ମଳ ରହିବା, ହିମାଳୟରୁ ଆସୁଥିବା ବରଫାବୃତ୍ତ ପବନ, ଘନ କୁହୁଡ଼ି ଓ ସମୁଦ୍ରରୁ ଆସୁଥିବା ଜଳୀୟବାଷ୍ପ କମିବା ଯୋଗୁ ପାରଦ ତଳମୁହାଁ ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.5 ° C
    32.5 °
    32.5 °
    14 %
    4kmh
    0 %
    Fri
    33 °
    Sat
    35 °
    Sun
    37 °
    Mon
    37 °
    Tue
    38 °

    ସମ୍ବନ୍ଧିତ