Sunday, September 13, 2026
23 C
Odisha

    ପହଣ୍ଡି ବେଳେ ଅଘଟଣ: ଆହତ ସେବାୟତଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ, ଆଇନ୍‌ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ପୁରୀ: ଶ୍ରୀକ୍ଷେତ୍ରର ଶରଧାବାଲିରେ ମଙ୍ଗଳବାର ଆଡ଼ପ ପହଣ୍ଡି ସମୟରେ ଅଘଟଣର ଶିକାର ହୋଇଥିବା ଚିକିତ୍ସାଧୀନ ଆହତ ସେବାୟତମାନଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନନ୍ଦ ମଙ୍ଗଳବାର ରାତିରେ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭେଟିଛନ୍ତି। ସେବାୟତମାନଙ୍କର ସ୍ଥିତି ସଂପର୍କରେ ଅବଗତ ହୋଇଛନ୍ତି। ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ଆହତ ସେବାୟତଙ୍କର ସ୍ବାସ୍ଥ୍ୟାବାସ୍ଥା ସଂପର୍କରେ ପଚାରିଛନ୍ତି।
    ସୂଚନା ଅନୁସାରେ ପହଣ୍ଡି ବେଳେ ଦୁର୍ଘଟଣାର ଶିକାର ହୋଇଥିବା ସେବାୟତମାନଙ୍କୁ ଭେଟି ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଥିଲେ। ଘଟଣାସ୍ଥଳକୁ ଯିବା ପାଇଁ ଉପମୁଖ୍ୟମନ୍ତ୍ରୀ ପଭାତୀ ପରିଡ଼ା ଓ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ତୁରନ୍ତ ପଦକ୍ଷେପ ନେବା ପାଇଁ କହିଥିଲେ। ସେହିପରି ‌ଆହତ ସେବାୟତମାନଙ୍କର ଆଶୁ ଆରୋହଗ୍ୟ କାମନା କରିଥିଲେ।

    ସୂଚନାଯୋଗ୍ୟ, ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଶ୍ରୀଜିଉମାନଙ୍କର ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ଏହା ପରେ ବଡ଼ଠାକୁର ବଳଭଦ୍ରଙ୍କୁ ତାଳଧ୍ବଜରୁ ପହଣ୍ଡିରେ ତଳକୁ ଅଣାଯାଉଥିଲା। ମହାପ୍ରଭୁଙ୍କୁ ଚାଳମାଳର ଅଧବାଟରେ ଥିବା ବେଳେ କୌଣସି ତ୍ରୁଟି କାରଣରୁ ଝୁଙ୍କି ପଡ଼ିଥିଲେ। ‌କିନ୍ତୁ ସେବାୟତମାନେ ସତର୍କତାର ସହିତ ଠାକୁରଙ୍କୁ ଧରିଥିଲେ। ତେବେ ଏହି ଅପ୍ରୀତିକର ଘଟଣାରେ ୫ରୁ ଊର୍ଦ୍ଧ୍ବ ସେବାୟତ ଆହତ ହୋଇଥିଲେ। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଆହତମାନଙ୍କର ଚିକିତ୍ସା ଜାରି ରହିଛି। ଅନ୍ୟପଟରେ ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ଜାରି ରହିଛି। ବଡ଼ଠାକୁର ଆଡ଼ପ ମଣ୍ଡପରେ ବିରାଜମାନ କରିସାରିଛନ୍ତି। ତିନି ଠାକୁର ଆଡ଼ପ ମଣ୍ଡପରେ ବିରାଜମାନ କରିବା ବେଳକୁ ରାତି ୧୨ଟା ଅତିକ୍ରମ କରିପାରେ ବୋଲି ଆଶଙ୍କା କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    98 %
    1.6kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ