Thursday, October 1, 2026
23.8 C
Odisha

    ପହଲଗାମ ଘଟଣାର ସମ୍ପୃକ୍ତ ୨ ଆାତଙ୍କବାଦୀଙ୍କ ଘର ଧ୍ୱଂସ କରିଦେଲା ଭାରତୀୟ ସେନା

    ଆଗକୁ ପଢନ୍ତୁ

    ଶ୍ରୀନଗର : ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ କଶ୍ମୀରରେ ଥିବା ଆତଙ୍କବାଦୀ ଓ ସେମାନଙ୍କ ସମର୍ଥକମାନଙ୍କୁ ଧରିବା ପାଇଁ ବ୍ୟାପକ ଚଢ଼ାଉ ଜାରି ରହିଛି। କେତେଜଣ ଆତଙ୍କବାଦୀଙ୍କ ଘର ଭଙ୍ଗାଯିବା ସହ ସେମାନଙ୍କ ସୁରକ୍ଷିତ ଆଡ୍ଡା ଉପରେ ଚଢ଼ାଉ କରାଯାଇ ଶତାଧିକ ସହାୟକଙ୍କୁ ଅଟକ ରଖାଯାଇଛି।

    ଗତ ମଙ୍ଗଳବାର ଆତଙ୍କବାଦୀମାନେ ପହଲଗାମ୍‌ର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ବୈସରନରେ ଆକ୍ରମଣ କରି ୨୬ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ସୁରକ୍ଷା ବଳ ସମଗ୍ର ଉପତ୍ୟକାରେ ଥିବା ଜଣାଶୁଣା ଆତଙ୍କବାଦୀ ସଂଗଠନ ଏବଂ ସେମାନଙ୍କ ସହଯୋଗୀଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି। ଗତ ୪୮ ଘଣ୍ଟା ମଧ୍ୟରେ ୫ ଜଣ ଆତଙ୍କବାଦୀଙ୍କ ଘର ଭଙ୍ଗାଗଲାଣି। ଆତଙ୍କବାଦ ସହ ଜଡ଼ିତ ଅନ୍ୟମାନଙ୍କ ବିରୋଧରେ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି। ଗତ ଗୁରୁବାର ରାତିରେ ଏକ ରହସ୍ୟମୟ ବିସ୍ଫୋରଣରେ ୨ ସକ୍ରିୟ ଆତଙ୍କବାଦୀ ବିଜବେହରା ଅଞ୍ଚଳର ଆଦିଲ ଠୋକର ଏବଂ ତ୍ରାଲ ଅଞ୍ଚଳର ଅସିପ୍‌ ଶେଖ୍‌ଙ୍କ ଘର ଧ୍ୱଂସ କରାଯାଇଛି। ଉଭୟ ପହଲଗାମ୍‌ ଆକ୍ରମଣ ସହ ସମ୍ପୃକ୍ତ ଥିବା କୁହାଯାଉଛି।

    ୪ ଦକ୍ଷିଣ କଶ୍ମୀର ଜିଲ୍ଲାରୁ ସୁରକ୍ଷା ବଳ ଶତାଧିକ ଓଭରଗ୍ରାଉଣ୍ଡ ଓ୍ବାର୍କର(ଓଡବ୍ଲ୍ୟୁଜି) ଓ ସେମାନଙ୍କ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗତ ଶୁକ୍ରବାର ବନ୍ଦିପୋରା ଜିଲ୍ଲାରେ ଏଭଳି କାର୍ଯ୍ୟାନୁଷ୍ଠାନ ବେଳେ ଆତଙ୍କବାଦୀଙ୍କ ଗୁଳିରେ ଓଡବ୍ଲ୍ୟୁଜି ଅଲତାଫ ଲାଲ୍ଲି ନିହତ ହେବା ସହ ୨ ଜଣ ପୋଲିସ ଆହତ ହୋଇଥିଲେ। ଗତକାଲି ଶ୍ରୀନଗରରେ ୨ ଡଜନରୁ ଊର୍ଦ୍ଧ୍ୱ ସ୍ଥାନରେ ଚଢ଼ାଉ କରାଯାଇଛି। ଅନନ୍ତନାଗ ଜିଲ୍ଲାରେ ୨୪ ଘଣ୍ଟିଆ ତଲାସି ଅଭିଯାନ ଜାରି ରହିଥିବାବେଳେ ସୁରକ୍ଷା ବଳ ସଜାଗ ରହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ