Saturday, October 3, 2026
30.8 C
Odisha

    ପାଉଣା ମିଳିଲାନି ବୋଲି ରଥରେ ତିନି ଠାକୁରଙ୍କୁ ଛାଡି ଚାଲିଗଲେ ପୂଜକ

    ଆଗକୁ ପଢନ୍ତୁ

    ଦକ୍ଷିଣା ମିଳିଲାନି ବୋଲି ରଥ ଉପରେ ଠାକୁରଙ୍କୁ ଛାଡ଼ି ଚାଲିଗଲେ ପୂଜକ। ସେବେଠାରୁ ଠାକୁର ସେମିତି ରଥ ଉପରେ ଅଛନ୍ତି ଯେ ଅଛନ୍ତି। ବାହୁଡ଼ା ପରଠାରୁ ଆଉ ମନ୍ଦିରକୁ ବିଜେ ହୋଇନାହାନ୍ତି ଚତୁର୍ଦ୍ଧ‌ା ମୂର୍ତ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନ ମଙ୍ଗଳାଯୋଡ଼ିରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଖବର ପଦାକୁ ଆସିବା ପରେ ଜଗନ୍ନାଥପ୍ରେମୀ ମହଲରେ ଭୀଷଣ ଉଦ୍‌ବେଗ ପ୍ରକାଶ ପାଇଛି।

    ସୂଚନାନୁଯାୟୀ, କାହିଁ କେଉ କାଳରୁ ମଙ୍ଗଳାଯୋଡ଼ିରେ ପତିତପାବନ ମନ୍ଦିର ରହିଛି। ୧୦ବର୍ଷରୁ ଊର୍ଦ୍ଧ୍ବ ହେଲା, ପାରମ୍ପରିକ ରିତିନୀତିରେ ରଥଯାତ୍ରା ପାଳିତ ହୋଇଆସୁଛି। କିନ୍ତୁ ଚଳିତ ବର୍ଷ ରଥଯାତ୍ରାରେ ଏକ ବଡ଼ ଅଘଟଣ ଦେଖିବାକୁ ମିଳିଛି। ଏବର୍ଷ ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ଠିକ୍‌ଠାକରେ ହୋଇଥିଲେ ମଧ୍ୟ ପୂଜକ ଦାବି ମୁତାବକ ପାଉଣା ନପାଇବାରୁ ବାହୁଡ଼ା ପରେ ରଥ ଛାଡ଼ି ଚାଲି ଯାଇଛନ୍ତି। ଇତିମଧ୍ୟରେ ୧୮ଦିନ ବିତିଯାଇଥିଲେ ବି ରଥରେ ପ୍ରଭୁ ଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତି ଖରା-ବର୍ଷାରେ ରଥରେ ରହିଛନ୍ତି। ଏ ସଂପର୍କରେ ମଙ୍ଗଳାଯୋଡ଼ି ସରପଞ୍ଚ କହିଛନ୍ତି, ପୂଜକଙ୍କୁ ଚାରିଥର ଅନୁରୋଧ କରାଗଲାଣି। କିନ୍ତୁ ସେ ଶୁଣୁନାହାନ୍ତି। ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    54 %
    2.9kmh
    5 %
    Sat
    31 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ