Saturday, October 10, 2026
24.4 C
Odisha

    ପାକିସ୍ତାନକୁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଚେତାବନୀ : ପାତାଳରୁ ଖୋଜି ଆତଙ୍କବାଦୀଙ୍କୁ ମାରିବୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପାକିସ୍ତାନ ଯଦି ପାତାଳରେ ଆତଙ୍କବାଦୀଙ୍କୁ ଲୁଚାଇ ରଖେ ତେବେ ସେମାନଙ୍କୁ ଭାରତ ଖୋଜି ମାରିବ ବୋଲି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଚେତାବନୀ ଦେଇଛନ୍ତି। ଅର୍ଥାତ୍‌ ପାକିସ୍ତାନର ଯେକୌଣସି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରୁହନ୍ତୁ ନା କାହିଁକି ଭାରତ ସେମାନଙ୍କୁ ଖୋଜି ମାରିବ। ବ୍ରସେଲ୍ସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କାଳରେ ଜୟଶଙ୍କର କହିଛନ୍ତି ​‌ଯେ ପାକିସ୍ତାନ ଏହାର ଆତଙ୍କବାଦୀଙ୍କୁ ସୀମାନ୍ତ ପିଓକେରେ ଥଇଥାନ କରି ଭାରତ ବିରୋଧରେ ଉପଯୋଗ କରିଆସୁଥିଲା। ଅପରେସନ ସିନ୍ଦୂରରେ ଭାରତ ଏହି ଆତଙ୍କବାଦୀ ଓ ସେମାନଙ୍କ ଆଡ୍ଡାସ୍ଥଳକୁ ଭାରତ ଧ୍ବଂସ କରିବାରେ ସଫଳ ହୋଇଛି। ଭାରତର ଏହି ଅପରେସନ ପରେ ପାକିସ୍ତାନ ଏହାର ଆତଙ୍କବାଦୀଙ୍କୁ ସୁଦୂର ଅଞ୍ଚଳରେ ଲୁଚାଇ ରଖିବାର ଯୋଜନା କରୁଛି। ଜୟଶଙ୍କର କହିଛନ୍ତି ଯେ ଆତଙ୍କବାଦକୁ ପାକିସ୍ତାନ ଏହାର ରାଷ୍ଟ୍ର ନୀତି କରିଛି। ଏଥିପାଇଁ ପାକିସ୍ତାନ ହଜାର ହଜାର ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେବା ପୂର୍ବକ ଭାରତ ବିରୋଧରେ ଉପଯୋଗ କରୁଛି। ମାତ୍ର ପାକିସ୍ତାନର ଏପରି କାର୍ଯ୍ୟକୁ ଭାରତ କେବେହେଲେ ସହ୍ୟ କରିବ ନାହିଁ। ଅପରେସନ ସିନ୍ଦୂର ପରେ ପାକିସ୍ତାନ ଏହାର ନୀତିରେ ପରିବର୍ତ୍ତନ କରିବା ସହିତ ଆତଙ୍କବାଦୀମାନେ ସତର୍କ ହୋଇଉଠିଛନ୍ତି। ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ମାଟିରେ ଭାରତ ସାମରିକ ଅଭିଯାନ କରିଥିଲା। ଏହି ଆକ୍ରମଣରେ ପାକିସ୍ତାନର ଅନେକ ଆତଙ୍କବାଦୀ ଆଡ୍ଡାସ୍ଥଳ ଧ୍ବଂସ ହେବା ସହ ବହୁ ସଂଖ୍ୟାରେ ଆତଙ୍କବାଦୀ ନିପାତ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ