Thursday, September 4, 2025
29.3 C
Odisha

    ପାକିସ୍ତାନର ପ୍ରଧାନମନ୍ତ୍ରୀ ଦ୍ବିପାକ୍ଷିକ ବୈଠକରେ ଇୟର୍ଫୋନକୁ ନେଇ ହେଲେ ହଡ଼ବଡ଼, ପୁଟିନ ହସିବା ସହ ଦେଲେ ଇଶାରା

    ଆଗକୁ ପଢନ୍ତୁ

    ବେଜିଂ  :   ବେଜିଂରେ ଅନୁଷ୍ଠିତ ୨୦୨୫ ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ନେଇ ଏକ ରୋଚକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ବିପାକ୍ଷିକ ବୈଠକ ସମୟରେ ସରିଫ ତାଙ୍କ ଅନୁବାଦ ଇୟର୍ଫୋନ୍ ଲଗାଇବା ନେଇ ହଡ଼ବଡ଼ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି । ସରିଫ ଇଅର୍ଫୋନ୍ ଠିକ କରିବାକୁ ଚେଷ୍ଟା କରୁଛନ୍ତି, ମାତ୍ର ପୁଟିନ ଏହା ଦେଖି ହସିବା ସହ ଏହା କିପରି କାନରେ ଲଗାଇବାକୁ ହେବ ତାହା ଇଶାରାରେ ବୁଝାଉଛନ୍ତି| ଏଭଳି ସମାନ ଘଟଣା ୨୦୨୨ ଏସ୍ସିଓ ଶିଖର ସମ୍ମିଳନୀରେ ଦେଖିବାକୁ ମିଳିଥିଲା । ଯେଉଁଠାରେ ସରିଫ୍ ସମାନ ସମସ୍ୟାରେ ପଡ଼ିଥିଲେ ଏବଂ ପୁଟିନ ତାଙ୍କ ଅସହାୟତ ଦେଖି ହସିଥିଲେ ।

    ଏହି ଘଟଣା ନେଇ ପାକିସ୍ତାନରେ ବିରୋଧୀ ଦଳ ନେତା ଶିରୀନ ମଜାରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ସରିଫ୍ଙ୍କୁ କଡ଼ା କଟାକ୍ଷ କରିଛନ୍ତି| ଅନେକ ଏହାକୁ ଜାତୀୟ ଅପମାନ ବୋଲି କହିଛନ୍ତି । ସରିଫ୍ ଏଭଳି ଲୋକହସା ହେବା ଘଟଣା ଇଣ୍ଟରନେଟ୍ରେ ମିମ୍ ଝଡ଼ ସୃଷ୍ଟି କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.3 ° C
    29.3 °
    29.3 °
    77 %
    1.3kmh
    100 %
    Thu
    29 °
    Fri
    29 °
    Sat
    27 °
    Sun
    30 °
    Mon
    30 °

    ସମ୍ବନ୍ଧିତ