Saturday, October 10, 2026
27.9 C
Odisha

    ପାକ୍‌ ପରମାଣୁ ଅସ୍ତ୍ର କବ୍‌ଜାକୁ ନେଉ ଆଇଏଇଏ: ରାଜନାଥ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପାକିସ୍ତାନର ପରମାଣୁ ଅସ୍ତ୍ରର ସୁରକ୍ଷା ନେଇ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଶ୍ନ ଉଠାଇବା ସହିତ ଏହାର ଆନ୍ତର୍ଜାତିକ ଯାଞ୍ଚ ପାଇଁ ଦାବି କରିଛନ୍ତି। ଅପରେସନ ସିନ୍ଦୂର ପରେ ରାଜନାଥ ସିଂହ ଗତକାଲି ଜାମ୍ମୁ-କାଶ୍ମୀରର ବାଦାମୀ ବାଗ କ୍ୟାଣ୍ଟନମେଣ୍ଟ ଗସ୍ତ କରିଥିଲେ। ଏହି ଅବସରରେ ଉପସ୍ଥିତ ସେନା କର୍ମଚାରୀଙ୍କୁ ସମ୍ବୋଧନ କାଳରେ ରାଜନାଥ କହିଥିଲେ ଯେ ପାକିସ୍ତାନ ଭଳି ଦୁଷ୍ଟ ଓ ଦାୟିତ୍ବହୀନ ରାଷ୍ଟ୍ର ପାଖରେ ପରମାଣୁ ଅସ୍ତ୍ର ସୁରକ୍ଷିତ ନୁହେଁ। ତେଣୁ ପାକିସ୍ତାନର ପରମାଣୁ ଅସ୍ତ୍ରକୁ ଆନ୍ତର୍ଜାତିକ ଆଟମିକ ଏନର୍ଜି ଏଜେନ୍ସି (ଆଇଏଇଏ) ନିଜ କବ୍‌ଜାକୁ ନେବା ଦରକାର। କାରଣ ପାକିସ୍ତାନ ବାରମ୍ବାର ଭାରତକୁ ପରମାଣୁ ଅସ୍ତ୍ର ଧମକ ଦେଇ ଆସୁଛି। ଏପରି ଧମକ ଦେବା ଅର୍ଥ ପାକିସ୍ତାନ ନିକଟରେ ରହିଥିବା ପରମାଣୁ ଅସ୍ତ୍ର ସୁରକ୍ଷିତ ନୁହେଁ। ତେଣୁ ପାକିସ୍ତାନର ପରମାଣୁ ଅସ୍ତ୍ରକୁ ଆଇଏଇଏ ନିଜ କବ୍‌ଜାକୁ ନେବା ଦରକାର। ରାଜନାଥ କହିଛନ୍ତି ଯେ ପାକିସ୍ତାନର ପରମାଣୁ ଧମକ ନିକଟରେ ଭାରତ ମୁଣ୍ଡ ନୁଆଁଇ ନାହିଁ। ପାକିସ୍ତାନର ପରମାଣୁ ଧମକ ସତ୍ତ୍ବେ ଭାରତ ଏହାର ଆତଙ୍କବାଦ ଦମନ ଅଭିଯାନ ଜାରି ରଖିଥିଲା। ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର ପରମାଣୁ ଅସ୍ତ୍ରାଗାର ଉପରେ ଭାରତ କ୍ଷେପଣାସ୍ତ୍ର ମାଡ କରିଥିବା ନେଇ ସାମାଜିକ ଗଣାମାଧ୍ୟମରେ ଚର୍ଚ୍ଚା ହେଉଥିବାବେଳେ ଏହାର ସୁରକ୍ଷା ନେଇ ମଧ୍ୟ ରାଜନାଥ ପ୍ରଶ୍ନ ଉଠାଇବା ସହିତ ଏହାକୁ ଆଇଏଇଏ ଯାଞ୍ଚ କରିବାକୁ ଦାବି କରିଛନ୍ତି।
    ରାଜନାଥ ଆହୁରି କହିଛନ୍ତି ଯେ ପାକିସ୍ତାନ ଏବେ ଏପରିସ୍ଥିତିରେ ପହଞ୍ଚିଛି ଯେ ଏହା ଭିକ ମାଗିବା ଭଳି ହୀନ କାର୍ଯ୍ୟ କରିବାକୁ ପଛାଉନାହିଁ। ଏହା କୁହାଯାଇପାରେ ଯେ ପାକିସ୍ତାନ ଯେଉଁଠି ଠିଆ ହେଉଛି ସେଠାରୁ ଭିକାରୀଙ୍କ ଧାଡି ଆରମ୍ଭ ହେଉଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଠାରୁ ଋଣ ପାଇବା ଲାଗି ପାକିସ୍ତାନ ବାରମ୍ବାର ନିବେଦନ କରିଚାଲିଛି। ରାଜନାଥ କହିଛନ୍ତି ଯେ ଭାରତ କେବେହେଲେ ଯୁଦ୍ଧ ଚାହେଁ ନାହିଁ କି ଏହା ଯୁଦ୍ଧକୁ ସମର୍ଥନ କରେ ନାହିଁ। ମାତ୍ର ପରିସ୍ଥିତି ଯେତେବେଳେ ଜଟିଳ ହୁଏ ଓ ଏହାର ସାର୍ବଭୌମତ୍ବ ଉପରେ ଆକ୍ରମଣ ହୁଏ ସେତେବେଳେ ଭାରତ ଭୟଙ୍କର ହୋଇଉଠେ। ଅନ୍ୟପଟେ ରାଜନାଥଙ୍କ ଦାବି ଉପରେ ପ୍ରତିକ୍ରିୟା ରଖି ଆଇଏଇଏ କହିଛି ଯେ ପାକିସ୍ତାନର ପରମାଣୁ ଅସ୍ତ୍ରାଗାରରୁ କୌଣସି ପ୍ରକାର ବିକିରଣ ହେଉ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ