Sunday, September 13, 2026
23 C
Odisha

    ପାଦର ଏହି ଲକ୍ଷଣ ହୋଇପାରେ ବଡ଼ ବିପଦ ! ହୋଇଯାଆନ୍ତୁ ସାବଧାନ

    ଆଗକୁ ପଢନ୍ତୁ

    ଶରୀରରେ ପାଦ ଏପରି ଏକ ଅଙ୍ଗ ଯାହା ଉପରେ ଶରୀରର ପୁରା ର୍ନିଭର କରିଥାଏ । ଆପଣ ପ୍ରତିଦିନ ପାଦରେ ଚାଲନ୍ତି, କିନ୍ତୁ ପ୍ରାୟତଃ ପାଦରେ ଯନ୍ତ୍ରଣା ଆରମ୍ଭ ହେବା ପରେ ଏହାକୁ ଲକ୍ଷ୍ୟ କରିଥିବେ ନିଶ୍ଚୟ । କିନ୍ତୁ ସତ ହେଉଛି କି, ଆପଣଙ୍କ ପାଦରେ ଛୋଟ ପରିବର୍ତ୍ତନ ଶରୀର ଭିତରେ ଏକ ବଡ଼ ସମସ୍ୟାର ସଙ୍କେତ ହୋଇପାରେ । ପ୍ରତ୍ୟେକ ପାଦରେ ୨୬ଟି ହାଡ଼ ଏବଂ ୧୦୦ ରୁ ଅଧିକ ମାଂସପେଶୀ, ଟେଣ୍ଡନ ଏବଂ ଲିଗାମେଣ୍ଟ ଥାଏ । ଯାହା ଆମକୁ ସନ୍ତୁଳନ ଏବଂ ଚାଲିବାରେ ସାହାଯ୍ୟ କରେ । ଯଦି ପାଦରେ କିଛି ସମସ୍ୟା ଦେଖନ୍ତି ତେବେ ଏହାକୁ ଅଣଦେଖା ଆଦୌ କରନ୍ତୁ ନାହିଁ । ତେବେ ଆସନ୍ତୁ କେଉଁ ସବୁ ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍ ସେସମ୍ପର୍କରେ ଜାଣିବା ।

    ପାଦ ଓ ଗୋଡ଼ ଫୁଲିଯିବା : ପାଦ ଏବଂ ଗୋଡ଼ ଫୁଲିବା ପ୍ରାୟତଃ ଫ୍ଲୁଇଡ ରିଟେନ୍ସନ୍ କୁହାଯାଇଥାଏ । ଅନେକ ସ୍ବାସ୍ଥ୍ୟ ସମସ୍ୟାର ଏହା ଲକ୍ଷଣ ହୋଇପାରେ । ଏଭଳି ସମସ୍ୟା ହାର୍ଟ, କିଡନୀ ଏବଂ ଲିଭର ଜନିତ ସମସ୍ୟା ସହିତ ଜଡିତ । ବେଳେବେଳେ ଏହି ସମସ୍ୟା ଭିଟାବିନ୍ ବି୧୨  ଏବଂ ଫୋଲେଟ୍ ଅଭାବ ଯୋଗୁଁ ମଧ୍ୟ ହୋଇପାରେ। ଫୁଲା କମ କରିବା ପାଇଁ ଆପଣଙ୍କ ପାଦକୁ ଅଳ୍ପ ସମୟ ପାଇଁ ଉପରକୁ ଉଠାନ୍ତୁ । ଲୁଣ ଖାଇବା ମଧ୍ୟ କମ କରନ୍ତୁ । ଯାହା ଦ୍ୱାରା ଫ୍ଲୁଇଡ ରିଟେନ୍ସନରେ ସାହାଯ୍ୟ ମିଳିଥାଏ ।

    ପାଦ ଓ ଗୋଡ଼ରେ ଯନ୍ତ୍ରଣା ହେବା: ପାଦ କିମ୍ବା ଗୋଡ଼ ଯନ୍ତ୍ରଣା ଆଘାତ, ଗଣ୍ଠି ଯନ୍ତ୍ରଣା କିମ୍ବା ସ୍ନାୟୁ ସମସ୍ୟା ହେତୁ ହୋଇପାରେ । ଯଦି ଚାଲିବା ଦ୍ବାରା ଯନ୍ତ୍ରଣା ବଢିଥାଏ ଏବଂ ଆରାମ କରିବାରେ କମ୍ ହୁଏ ତେବେ ଏହା ଷ୍ଟ୍ରେସ୍ ଫ୍ରାକ୍ଚର କିମ୍ବା ଅଷ୍ଟିଓପାରୋସିସର ଲକ୍ଷଣ ହୋଇପାରେ । ମ୍ୟାଗ୍ନେସିୟମ ହ୍ରାସ ପାଇବାରୁ ମାଂସପେଶୀ ଏବଂ ଗଣ୍ଠିରେ ଯନ୍ତ୍ରଣା ସୃଷ୍ଟି କରିପାରେ । ସ୍ନାୟୁ ସମସ୍ୟା କିମ୍ବା ଗୋଡ଼କୁ ଅପର୍ଯ୍ୟାପ୍ତ ରକ୍ତ ଯୋଗାଣ ମଧ୍ୟ ଯନ୍ତ୍ରଣା ସୃଷ୍ଟି କରିପାରେ ।

    ପାଦ ଝିମଝିମ୍ ହେବା : ପାଦରେ ଝିମଝିମ୍ ହେବା ସ୍ନାୟୁ କ୍ଷତିର ଏକ ଲକ୍ଷଣ । ଯାହାକୁ ପେରିଫେରାଲ ନ୍ୟୁରୋପାଥି ମଧ୍ୟ କୁହାଯାଏ । ଏହା ମଧୁମେହ, ଅଧିକ ମଦ୍ୟପାନ ଏବଂ କେମୋଥେରାପି ଯୋଗୁଁ ଏହି ଲକ୍ଷଣ ଦେଖାଦେଇପାରେ । ଏହା ଡାଇବେଟିସ୍ ରୋଗୀଙ୍କ ପାଇଁ ଖୁବ୍ ସାଧାରଣ କଥା । କାହିଁକିନା ହାଇ ବ୍ଲଡ ସୁଗାର ସ୍ନାୟୁକୁ କ୍ଷତି ପହଞ୍ଚାଇଥାଏ । ଏହା ବ୍ୟତୀତ ଶରୀରରେ ଭିଟାମିନ୍ ବି୧୨ ଏବଂ ଭିଟାମିନ୍ E ଭଳି ଜରୁରୀ ଭିଟାମିନ୍ କମ୍ ହେବା ଦ୍ବାରା ସ୍ନାୟୁ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଯାହା ଦ୍ବାରା ଏହି ସମସ୍ୟା ଦେଖାଦେଇଥାଏ ।

    ପାଦର ଗୋଇଠି ଏବଂ ଗୋଡ଼ରେ କ୍ରାମ୍ପ୍ସ : ବାରମ୍ବାର ଡିହାଇଡ୍ରେସନ୍ ଯୋଗୁଁ  ଗୋଡ଼ର ଗୋଇଠିରେ କ୍ରାମ୍ପ୍ସ ହୋଇଯାଏ । ମ୍ୟାଗ୍ନେସିୟମ୍ ଭଳି ଜରୁରୀ ନ୍ୟୁଣ୍ଟ୍ରାଣ୍ଟସ୍ ଏବଂ ମିନେରାଲ୍ସରେ କମ୍ ହେବା ସଙ୍କେତ ଦେଇଥାଏ । ଏହି ମିନେରାଲ୍ସ ମାଂସପେଶୀ କାର୍ଯ୍ୟ ଏବଂ ସ୍ନାୟୁ ସଂଚାର ପାଇଁ ଅତ୍ୟାବଶ୍ୟକ। ଯଦି ଆପଣ ବାରମ୍ବାର କ୍ରାମ୍ପ ଅନୁଭବ କରନ୍ତି, ତେବେ ପ୍ରଚୁର ପାଣି ପିଅନ୍ତୁ । ପୋଷକ ତତ୍ତ୍ୱ ଏବଂ ଖଣିଜ ପଦାର୍ଥରେ ଭରପୂର ଖାଦ୍ୟ ଖାଆନ୍ତୁ ଏବଂ ଶୋଇବା ପୂର୍ବରୁ ଷ୍ଟ୍ରେଚ୍ ଏବଂ ପାଦ ମାଲିସ୍ ଅଭ୍ୟାସ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    97 %
    1.5kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ