ବର୍ତ୍ତମାନ ସମୟରେ ଅନେକ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳୁଛି । ଖରାପ ପାଣିପାଗ ଏବଂ ଖାଦ୍ୟପେୟ ହେଉଛି ଏହାର ମୁଖ୍ୟ କାରଣ । ଭଲ ସ୍ବାସ୍ଥ୍ୟ ପାଇଁ ଭଲ ଖାଦ୍ୟର ଆବଶ୍ୟକତା ରହିଛି । ଅନେକ ପ୍ରକାରର ସମସ୍ୟା ମଧ୍ୟରୁ ପାଦ ଫୁଲିବା ସମସ୍ୟା ହେଉଛି ଅନ୍ୟତମ । ଏହି ସସମ୍ୟା ଛୋଟ ଛୁଆ ପାଖରୁ ଆରମ୍ଭ କରି ବଡ଼ ଲୋକମାନଙ୍କ କ୍ଷେତ୍ରରେ ମଧ୍ୟ ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାର କିଛି ଗୁରୁତ୍ବପୂର୍ଣ୍ଣ କଥା ବିଷୟରେ ।
ଆମ ସମଗ୍ର ଶରୀରର ଭାର ଆମ ପାଦ ଉପରେ । ଚାଲିବା, ଦୌଡ଼ିବା, ଅଫିସ୍ କିମ୍ବା ଘରେ, ପ୍ରତ୍ୟେକ କାର୍ଯ୍ୟକଳାପରେ ପାଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏହି କାରଣରୁ ରାତିରେ ଶୋଇବା ସମୟରେ ପାଦରେ ଯନ୍ତ୍ରଣା କିମ୍ବା ଫୁଲା ହୋଇଥାଏ । କେତେକ ସମୟରେ ଏହି ଯନ୍ତ୍ରଣା ଏତେ ବଢ଼ିଯାଏ ଯେ ନିଦ ମଧ୍ୟ ସମ୍ପୂର୍ଣ୍ଣ ହୁଏ ନାହିଁ । ହେଲେ, ଔଷଧ ଉପରେ ନିର୍ଭର କରିବା ପରିବର୍ତ୍ତେ, ଆପଣ କିଛି ଘରୋଇ ଉପଚାର ଗ୍ରହଣ କରିବା ଯଥେଷ୍ଟ ଭଲ । ଯାହା ଦ୍ୱାରା ଆପଣ ଶୀଘ୍ର ଆରାମ ପାଇପାରିବେ । ତେବେ ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ବିଷୟରେ ।
ଡାକ୍ତରଙ୍କ ମତରେ, ପାଦ ବିନ୍ଧା ବା ଦରଜ ପାଇଁ ରସୁଣ ତେଲକୁ ବହୁତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । କାରଣ ଏହା ପାଦ ଫୁଲା ଏବଂ ଯନ୍ତ୍ରଣା ଉଭୟକୁ କମ କରିବାରେ ବହୁତ ସାହାଯ୍ୟ କରେ ।
ରସୁଣ ତେଲ କିପରି ତିଆରି କରି ଲଗାଇବେ ଜାଣନ୍ତୁ :
୧୦ ଟି ରସୁଣ କୋଲାକୁ ଦର ଛେଚା କରି ସୋରିଷ କିମ୍ବା ନଡ଼ିଆ ତେଲରେ ମିଶାନ୍ତୁ । ରସୁଣ ହାଲୁକା ହଳଦିଆ ରଙ୍ଗ ହେବା ପର୍ଯ୍ୟନ୍ତ ଏହି ମିଶ୍ରଣକୁ କମ୍ ଆଞ୍ଚରେ ଭାଜନ୍ତୁ । ଏହା ଥଣ୍ଡା ହୋଇଗଲେ, ଏହାକୁ ଛାଣି ଗୋଟିଏ ପାତ୍ରରେ ଷ୍ଟୋର କରି ରଖନ୍ତୁ । ଏହା ପରେ ଶୋଇବା ପୂର୍ବରୁ ଏହାକୁ ୧୦ ମିନିଟ୍ ପାଇଁ ଆପଣଙ୍କ ପାଦକୁ ହାଲୁକା ଭାବରେ ମାଲିସ୍ କରନ୍ତୁ । ଯଦି ଆପଣ ଏହାକୁ ନିୟମିତ ବ୍ୟବହାର କରନ୍ତୁ ତେବେ, ଗୋଟିଏ ସପ୍ତାହ ମଧ୍ୟରେ ପାଦ ଫୁଲା ଏବଂ ଯନ୍ତ୍ରଣା କମିବା ଆରମ୍ଭ ହେବ ।
ସୋରିଷ ତେଲ :
ଏହା ରକ୍ତ ସଞ୍ଚାଳନକୁ ଉନ୍ନତ କରେ ଏବଂ ମାଂସପେଶୀର କଠିନତା ଦୂର କରେ । ଯେଉଁମାନେ ଦୀର୍ଘ ସମୟ ଧରି ଠିଆ ହେବା ଯୋଗୁଁ ଗୋଡ଼ରେ ଭାରୀ ଏବଂ କ୍ଳାନ୍ତି ଅନୁଭବ କରନ୍ତି ସେମାନଙ୍କ ପାଇଁ ସୋରିଷ ତେଲ ବହୁତ ଲାଭଦାୟକ ।
ନଡ଼ିଆ ତେଲ :
ନଡ଼ିଆ ଚର୍ମକୁ ନରମ କରିବା ସହିତ ଗୋଡ଼ର ସ୍ନାୟୁ ଏବଂ ମାଂସପେଶୀକୁ ଆରାମ ଦିଏ । ଯଦି ଆପଣ ଗୋଡ଼ରେ ଜଳାପୋଡ଼ା କିମ୍ବା ଅତ୍ୟଧିକ ଥକା ଅନୁଭବ କରନ୍ତି, ତେବେ ଉଷୁମ ନଡ଼ିଆ ତେଲରେ ମାଲିସ୍ କରିବା ବହୁତ ଲାଭଦାୟକ ହୋଇଥାଏ ।
ଲାଭେଣ୍ଡର ତେଲ :
ଯଦି ଆପଣଙ୍କର ଗୋଡ଼ରେ ଯନ୍ତ୍ରଣା ସହିତ ନିଦ ସମସ୍ୟା ହେଉଛି, ତେବେ ଲାଭେଣ୍ଡର ତେଲ ସର୍ବୋତ୍ତମ ବିକଳ୍ପ । ଏହା ପାଦ ମାଲିସ୍ କରିବା ସହିତ ମନକୁ ମଧ୍ୟ ଆରାମ ଦିଏ । ଆପଣ ଏହାକୁ ନଡ଼ିଆ କିମ୍ବା ଅଲିଭ୍ ତେଲ ସହିତ ମିଶାଇ ମାଲିସ୍ କରିପାରିବେ ।
ଅଲିଭ ଅଏଲ୍ :
ଅଲିଭ ତେଲରେ ଥିବା ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ଆପଣଙ୍କ ପାଦ ଫୁଲା ଏବଂ କଠିନତା ଦୂର କରେ । ଏହି ତେଲ ସେହି ଲୋକଙ୍କ ପାଇଁ ବହୁତ ଲାଭଦାୟକ ହେବ ଯେଉଁମାନଙ୍କର ପ୍ରାୟତଃ ଗୋଇଠି ଯନ୍ତ୍ରଣାର ସମସ୍ୟା ଅଧିକ ଥାଏ । ଏଥିସହ ଜାଣିରଖନ୍ତୁ ଯଦି ଆପଣ ଏହି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି, ତେବେ ନିଶ୍ଚିତ ଭାବରେ ଏହି ଟିପ୍ସକୁ ଫଲୋ କରନ୍ତୁ । ଦେଖିବେ ଗୋଟିଏ ସପ୍ତାହ ଭିତରେ ଆପଣଙ୍କ ରେଜଲ୍ଟ ।