Thursday, April 2, 2026
37.1 C
Odisha

    ପାରାଦୀପ ହେବ ‘ବିକାଶ ଦ୍ୱୀପ’ :କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ଆଗକୁ ପଢନ୍ତୁ

    ପାରୀଦୀପ:‘ପୂର୍ବୋଦୟ ମିସନ’ରେ ପାରାଦୀପ ‘ବିକାଶ ଦ୍ୱୀପ’ ହେବ ବୋଲି ସୋମବାର ପାରଦୀପ ନିର୍ବାଚନମଣ୍ଡଳୀରେ ଆୟୋଜିତ ‘କାର୍ଯ୍ୟକର୍ତ୍ତା ସମ୍ମିଳନୀ’କୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଜଗତସିଂହପୁର ଜିଲ୍ଲାର ପାରାଦୀପ ସମଗ୍ର ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏହି ଜିଲ୍ଲାରେ ଓଡ଼ିଆ ସଂସ୍କୃତିର ପବିତ୍ର ପୀଠସ୍ଥଳ ମାଆ ସାରଳା ପୂଜା ପାଉଛନ୍ତି। ଓଡ଼ିଆ ଭାଷାର ଆଦିକବି ସାରଳା ଦାସ ଏହିଠାରୁ ଓଡ଼ିଆ ମହାଭାରତ ରଚନା କରିଛନ୍ତି। ହଜାର ହଜାର ବର୍ଷର ପୁରାତନ ଐତିହ୍ୟର ମୁକସାକ୍ଷୀ ଭାବେ ଏହି ଅଞ୍ଚଳରୁ ଓଡ଼ିଆ ସାଧବ ପୁଅମାନେ ନୌବାଣିଜ୍ୟ କରି ଓଡ଼ିଶାକୁ ବୈଭବ ଆଣିଛନ୍ତି। ସେହିପରି ପୂର୍ବ-ଭାରତର ତ୍ୱରିତ୍ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ହେଉଛି ‘ପୂର୍ବୋଦୟ’। ଏହାର ପ୍ରମୁଖ ବିନ୍ଦୁ ହେଉଛି ଓଡ଼ିଶାର ବିକାଶ। ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ‘ପୂର୍ବୋଦୟ’ରେ ପାରାଦ୍ୱୀପ ହେଉଛି ଏକ ‘ବିକାଶ ଦ୍ୱୀପ’। ବିନା ପାରାଦୀପର ବିକାଶରେ ଓଡ଼ିଶା ଓ ଭାରତ ବିକଶିତ ହେବ ନାହିଁ। ପାରାଦୀପ ବନ୍ଦର କ୍ରମାଗତ ଭାବେ ୧୦୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରି ବୃହତ୍ତମ ବନ୍ଦର ଭାବେ ପରିଚୟ ପାଇବା ଆମ ଓଡ଼ିଶାର ଶିଳ୍ପ ଜଗତ ପାଇଁ ବଡ ଉପଲବ୍ଧି। ସେ ଆହୁରି କହିଛନ୍ତି ଯେ ଦେଶରେ ଇଣ୍ଡିଆନ ଅଏଲର ଏକ ବଡ଼ ପୁଞ୍ଜିନିବେଶ ପାରାଦୀପ ତୈଳ ବିଶୋଧନାଗାର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଓଡ଼ିଶା ପାଇଁ ଅବଦାନ। ଏହାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀ ଶୁଭ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ। ଏହି ପ୍ରକଳ୍ପରେ ଜଣେ ସାଧାରଣ ଓଡ଼ିଆ ଭାବରେ ଧର୍ମପଦ ଭାବରେ ଯୋଗଦାନ ଦେବା ସମୟରେ ମୁଁ ଅଟଳଜୀଙ୍କର ମହାନ ଦୂରଦୃଷ୍ଟିକୁ କଳ୍ପନା କରିପାରିଥିଲି। ପାରାଦୀପରେ ଶିଳ୍ପାୟନର ବିକାଶ ପାଇଁ ପ୍ରାୟ ୬୫ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ନିବେଶ ହୋଇଛି। ଆଗାମୀ ଦିନରେ ପାରାଦୀପରେ ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ସହ ଏଠାରେ ଭାଇଚାରା, ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ତିଆରି ହେବ। ଡବଲ ଇଞ୍ଜିନ ସରକାରରେ ପାରାଦୀପ ‘ପୂର୍ବୋଦୟ ମିଶନ’ ଓ ଗରିବ କଲ୍ୟାଣର ପ୍ରୟୋଗଶାଳା ହେବ। ବିଜେପିର ଡବଲ ଇଞ୍ଜିନ ସରକାରରେ ଗରିବ, ମହିଳା, ଯୁବ, ଚାଷୀ, ପଛୁଆ ଏବଂ ଜନଜାତିଙ୍କୁ ଅଗ୍ରାଧିକାର ଦିଆଯାଉଛି। ନିୟମ ଆଇନ ପରିଧିରେ ଶାସନ ଚାଲୁଛି। ଆମ ସରକାରରେ ସବୁ ବର୍ଗର ଲୋକଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ପ୍ରାଥମିକତା ଦିଆଯାଇଛି। ଆମ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଏହି ନିର୍ବାଚନମଣ୍ଡଳୀରେ ଦଳକୁ ଆହୁରି ମଜଭୂତ୍ କରିବା ସହ ଅନେକ ଲୋକଙ୍କୁ ସଦସ୍ୟତା ଅଭିଯାନରେ ଯୋଡିବା ପାଇଁ ପଡ଼ିବ। ଲୋକଙ୍କ ପାଇଁ ଓ ଲୋକଙ୍କ ହିତରେ କାମ କରିବାକୁ ହେବ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ