Friday, October 2, 2026
22.9 C
Odisha

    ପିଏମ୍ ସ୍ବନିଧି କ୍ରେଡିଟ୍ କାର୍ଡର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

    ଆଗକୁ ପଢନ୍ତୁ

    ତିରୁଅନନ୍ତପୁରମ୍‌  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି କେରଳରେ ପିଏମ ସ୍ବନିଧି କ୍ରେଡିଟ୍‌ କାର୍ଡର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି କେରଳ ଗସ୍ତ କରି ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବା ଅବସରରେ ଏହି କ୍ରେଡିଟ୍ କାର୍ଡର ଶୁଭାରମ୍ଭ କରିଛନ୍ତି। କାର୍ଡ ପ୍ରଚଳନର ଶୁଭାରମ୍ଭ କରିବା ସହିତ ପ୍ରଧାନମନ୍ତ୍ରୀ ଏକ ଲକ୍ଷ ହିତାଧିକାରୀଙ୍କୁ କାର୍ଡ ମାଧ୍ୟମରେ ଋଣ ଆବଣ୍ଟନ କରିଥିଲେ। ଏହି କ୍ରେଡିଟ୍ କାର୍ଡ ପ୍ରଚଳନ ଦ୍ବାରା ସହରର ଭେଣ୍ଡର ଓ ହକର ଏବଂ ଫୁଟପାଥରେ ବିଭିନ୍ନ ପ୍ରକାର ବ୍ୟବସାୟ କରୁଥିବା ଛୋଟ ବ୍ୟବସାୟୀମାନେ ଉପକୃତ ହେବେ।

    ଏହି କ୍ରେଡିଟ୍ କାର୍ଡ ଦ୍ବାରା ବିନା ସୁଧରେ ତତ୍କାଳ ଋଣ ସୁବିଧା ଉପଲବ୍ଧ ହୋଇପାରିବ। ଏହାଦ୍ବାରା ଡିଜିଟାଲ ନେଣଦେଣ କାରବାର ବୃଦ୍ଧି ହେବା ସହିତ ସହରାଞ୍ଚଳର ଦାରିଦ୍ର୍ୟ ଦୂର ହୋଇପାରିବ। ପ୍ରଧାନମନ୍ତ୍ରୀ କେରଳରେ ଆଜି ୪ଟି ନୂଆ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହା ମଧ୍ୟରେ ରହିଛି ୩ଟି ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଓ ଗୋଟିଏ ପାସେଞ୍ଜର ଟ୍ରେନ। ଅମୃତ ଭାରତ ଏକ୍ସପ୍ରେସଗୁଡିକ ନାଗେରକୋଏଲ-ମାଙ୍ଗାଲୁରୁ, ତିରୁଅନନ୍ତପୁରମ୍-ତାମ୍ବରମ୍‌ ଓ ତିରୁଅନନ୍ତପୁରମ୍- ଚେରଲାପଲି ମଧ୍ୟରେ ଚଳାଚଳ କରିବ। ପ୍ରଧାନମନ୍ତ୍ରୀ ତିରୁଅନନ୍ତପୁରମ୍‌ରେ ସିଏସ୍‌ଆଇଆର-ଏନଆଇଆଇଏସ୍‌ଟିର ପ୍ରତିଷ୍ଠାନ ପାଇଁ ଶିଳାନ୍ୟାସ କରିଛନ୍ତି। ସେହିପରି ଶ୍ରୀ ଚିତ୍ର ତିରୁନାଲ ଇନଷ୍ଟିଚ୍ୟଟ୍ ଫର ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପରିସରରେ ରେଡିଓସର୍ଜରୀ ସେଣ୍ଟରର ଶିଳାନ୍ୟାସ କରିଛନ୍ତି। ଏହି ସେଣ୍ଟର ସ୍ଥାପନ ଦ୍ବାରା ମସ୍ତିଷ୍କ ବିକୃତିର ଚିକିତ୍ସା କରାଯାଇପାରିବ। ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର କେରଳର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। କେରଳରେ ରେଳ ଯୋଗାଯୋଗ ବ୍ୟବସ୍ଥା ଶକ୍ତିଶାଳୀ ହୋଇପାରିଛି। ଯଦ୍ଦ୍ବାରା ତିରୁଅନନ୍ତପୁରମ୍ ଏବେ ଏକ ପ୍ରମୁଖ ଷ୍ଟାର୍ଟଅପ୍ ହବ୍ ହେବାକୁ ଯାଉଛି। କେବଳ କେରଳ ନୁହେଁ ସମଗ୍ର ଦେଶ ଏବେ ବିକଶିତ ଭାରତ ଗଠନ ଲାଗି ଏକଜୁଟ୍ ହୋଇଉଠିଛି। ବିକଶିତ ଭାରତ ଗଠନରେ ସହରାଞ୍ଚଳଗୁଡିକର ପ୍ରମୁଖ ଭୂମିକା ରହିଛି। ଗତ ୧୧ବର୍ଷ ମଧ୍ୟରେ କେନ୍ଦ୍ର ସରକାର ସହରାଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ବ୍ୟାପକ ପୁଞ୍ଜିନିବେଶ କରିଛନ୍ତି।

    ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଶର ସହରାଞ୍ଚଳର ୪କୋଟି ପରିବାରଙ୍କୁ ଘର ଯୋଗାଇ ଦିଆଯାଇଛି। କେରଳରେ ୧.୨୫ ଲକ୍ଷ ସହରାଞ୍ଚଳ ଗରିବ ଲୋକଙ୍କୁ ସ୍ଥାୟୀ ଘର ଯୋଗାଇ ଦିଆଯାଇଛି। ଗରିବ ଲୋକଙ୍କ ବିଜୁଳି ଶକ୍ତି ବାବଦ ବ୍ୟୟ କମ୍ କରିବା ଲାଗି ପିଏମ୍ ସୂର୍ଯ୍ୟ ଘର ମୁକ୍ତ ବିଜୁଳି​‌ ଯୋଜନାର ଶୁଭାରମ୍ଭ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ